ଓଡ଼ିଶାରେ ୨୫ଟି ଜିଲ୍ଲାରୁ କରୋନା ନେଲାଣି ୨୭୨ ଜୀବନ, କ୍ଲିକ୍ କରି ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ମୃତ୍ୟୁ

ଭାରତରେ କରୋନା ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ଦିନକରେ ୬୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା କଥା କହିବାକୁ ଗଲେ ପ୍ରତିଦିନ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ ରେ ପହଞ୍ଚିଛି। ସେଥିରୁ ୩୦,୨୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ଆକ୍ରାନ୍ତଙ୍କ ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ରାଜ୍ୟରେ ଏବେଯାଏଁ କରୋନାରେ ୨୭୨ ଜଣ
 

ଭାରତରେ କରୋନା ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି ଦିନକରେ ୬୦ ହଜାରରୁ ଅଧିକ ଲୋକ ସଂକ୍ରମିତ ହେଉଛନ୍ତି। ଆମ ରାଜ୍ୟ ଓଡ଼ିଶା କଥା କହିବାକୁ ଗଲେ ପ୍ରତିଦିନ ଦ୍ରୁତ ଗତିରେ ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭ ରେ ପହଞ୍ଚିଛି। ସେଥିରୁ ୩୦,୨୪୨ ଜଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ଆକ୍ରାନ୍ତଙ୍କ ସହ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି। ରାଜ୍ୟରେ ଏବେଯାଏଁ କରୋନାରେ ୨୭୨ ଜଣ ପ୍ରାଣ ହରାଇଛନ୍ତି। ଏହି ସଂଖ୍ୟା ରାଜ୍ୟର ୨୫ଟି ଜିଲ୍ଲାରୁ ଆସିଛି।

ବାକି ୫ଟି ଜିଲ୍ଲାରୁ ଏବେଯାଏଁ କରୋନାରେ ଜଣଙ୍କର ବି ମୃତ୍ୟୁ ହୋଇ ନାହିଁ। ସେହି ଜିଲ୍ଲା ଗୁଡିକ ହେଲା- ବଲାଙ୍ଗିର, ବୌଦ୍ଧ, ଦେବଗଡ, ନୂଆପଡ଼ା ଓ ସୁବର୍ଣ୍ଣପୁର। ତେବେ ୨୭୨ ମୃତକଙ୍କ ମଧ୍ୟରୁ ସବୁଠାରୁ ଅଧିକ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ହୋଇଛି। ୧୩୧ ଜଣ ଏଠାରେ ମୃତ୍ୟୁ ବରଣ କରି ସାରିଲେଣି। ଏହା ପରେ ରହିଛି ଖୋର୍ଦ୍ଧା ଜିଲ୍ଲା ଏଠାରେ ୩୫ ଜଣଙ୍କ ମୃତ୍ୟୁ ଘଟିଛି। ୧୭ ମୃତ୍ୟୁ ସହ ତୃତୀୟ ସ୍ଥାନରେ ରହିଛି ସୁନ୍ଦରଗଡ। ଏହା ପରେ ଗଜପତିରେ ୧୬ ଓ କଟକରେ ୧୧ ଜଣଙ୍କ ଜୀବନ ଯାଇଛି। ରାୟଗଡାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି।

ବାକି ଜିଲ୍ଲା ଗୁଡିକର ମୃତ୍ୟୁ ସଂଖ୍ୟା ହେଲା ପୁରୀ-୪, ଜଗତସିଂହପୁର-୨, କେନ୍ଦ୍ରାପଡ଼ା-୩, ଭଦ୍ରକ-୪, ବାଲେଶ୍ୱର-୫, ଯାଜପୁର-୩, ମୟୂରଭଞ୍ଜ-୧, କେନ୍ଦୁଝର-୪, ଢେଙ୍କାନାଳ-୧, ଅନୁଗୋଳ-୨, ସମ୍ବଲପୁର-୨, ଝାରସୁଗୁଡ଼ା-୧, ବରଗଡ଼-୩, ନୟାଗଡ଼-୫, କନ୍ଧମାଳ-୫, କଳାହାଣ୍ଡି-୨, ନବରଙ୍ଗପୁର-୧, କୋରାପୁଟ-୨, ମାଲକାନଗିରି-୨।