ଧର୍ମେନ୍ଦ୍ର ପ୍ରଧାନଙ୍କୁ ହରାଇବା ପାଇଁ ଚାଲିଛି ଷଡ଼ଯନ୍ତ୍ର, ସୁରେଶ ଓ ଟଙ୍କଧର ମିଳାଇଛନ୍ତି ହାତ! ଜାଣନ୍ତୁ ପୁରା ଖବର

 
ବିଜେପି ଦଳ କନ୍ଦଳ । ଏଥର ବାଜି ପାଲଟିଛି । ସୁରେଶ ଓ ଟଙ୍କଧର ମିତ ବସି ଧର୍ମେନ୍ଦ୍ରଙ୍କୁ ହରାଇବାକୁ ଅଣ୍ଟା ଭିଡିଲେଣି । ଲୋକେ କହୁଛନ୍ତି ଏହା କୁଆଡେ ଯେସାକୁ ତେସା ନିତି । ଯଦି ଅନ୍ୟ ରାଜ୍ୟକୁ ଦେଖାଯାଏ ତେବେ ବିଜେପି କାୟା ବିସ୍ତାର କରିବାରେ ଲାଗିଛି । ହେଲେ ଓଡ଼ିଶାରେ ବିଜେପି ନେତା ବିଜେଡ଼ି ନେତାଙ୍କ ବିରୋଧରେ ଲଢ଼ିବା ବଦଳରେ ଲଢ଼ୁଛନ୍ତି ନିଜ ନିଜ ଭିତରେ ।

ଗତ ଝାରସୁଗୁଡ଼ାରୁ ହାରିଥିଲେ ସୁରେଶ । ତାହା ପୁଣି କୁଆଡେ ଧର୍ମେନ୍ଦ୍ରଙ୍କ ପାଇଁ । ଧର୍ମେନ୍ଦ୍ର କୁଆଡେ ସୁରେଶ ଙ୍କୁ ପୂର୍ବରୁ ନିର୍ବାଚନରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇ ନିର୍ବାଚନ ବେଳେ ଧରାଛୁଆଁ ଦେଇ ନ ଥିଲେ । ଯାହାର ଉପଯୁକ୍ତ ବଦଲା ନେବାର ସମୟ ୨୦୨୪ ନିର୍ବାଚନ ବୋଲି ଶୁଣିବାକୁ ମିଳୁଛି ।

<a href=https://youtube.com/embed/S5n4fPopfWw?autoplay=1&mute=1><img src=https://img.youtube.com/vi/S5n4fPopfWw/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସେପଟେ ଟଙ୍କଧର ମଧ୍ୟ ଆସନ ଲୋଭରେ ହାତ ମିଳାଇଛନ୍ତି ସୁରେଶ ଙ୍କ ସହ । ଟଙ୍କଧର ଏଥର ବରଗଡ଼ ଆସନରୁ ନିର୍ବାଚନ ଲଢ଼ିବେ ଯାହା ସୁରଜ୍ ଙ୍କ ଏରିଆ । ସୁରେଶ ଙ୍କ ସହ ହାତ ନ ମିଳାଇଲେ ପଛରେ ହଇରାଣ ହୋଇପାରନ୍ତି ଟଙ୍କଧର ଯାହା ସେ ଭଲ ଭାବରେ ଜାଣିଛନ୍ତି ।