ଦେଖନ୍ତୁ ଭିଡ଼ିଓ: କମେଣ୍ଟ ପାସ୍ କରିବାକୁ ନେଇ ଅଗ୍ନିମୁଖା ଛାତ୍ରୀ, ଛାତ୍ରଙ୍କୁ ଚାପୁଡ଼ା ମାରି କିଛି ଏପରି କଲେ ଯୁବତୀ

 

ସୋସିଆଲ ମିଡିଆ ପ୍ଲାଟଫର୍ମ ଏଭଳି ଏକ ସ୍ଥାନ ଯେଉଁଠାରେ ଲୋକେ ନିଜ ପସନ୍ଦର ଭିଡ଼ିଓ ଅପଲୋଡ଼ କରି ସାରା ଦୁନିଆକୁ ଦେଖିବାର ସୁଯୋଗ ଦେଇଥାନ୍ତି। ତେବେ, ଏହି ସୋସିଆଲ ମିଡିଆରେ କେହି କେହି ରାତାରାତି ଷ୍ଟାର ହୋଇଯାଉଥିବା ବେଳେ କିଏ ବିବାଦ ଘେରକୁ ମଧ୍ୟ ଚାଲି ଆସିଥାନ୍ତି। ତେବେ, ଜଣେ କଲେଜ ଛାତ୍ରୀ ବିଚ୍ ବଜାରରେ ଆଉଜଣେ ଛାତ୍ରଙ୍କୁ ଚାପୁଡ଼ା ମାରି ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି।

ଉଭୟେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକ୍ ଅନ୍ତର୍ଗତ ଖମାର କଲେଜର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ ଛାତ୍ରୀ ଜଣକ ଲାଇଭ୍ ଭିଡ଼ିଓ କରୁଥିବା ବେଳେ ସମ୍ପୃକ୍ତ ଛାତ୍ର ଜଣକ କୁଆଡେ ଖରାପ କମେଣ୍ଟ ଲେଖିଥିଲେ। ଏହି କଥାକୁ ନେଇ ଯୁବତୀ ଜଣକ ସର୍ବସମ୍ମୁଖରେ ଚାପୁଡ଼ା ମାରିବା ସହିତ ଚପଲରେ ମଧ୍ୟ ବାଡେଇଥିଲେ।

<a href=https://youtube.com/embed/RvdU2Bd3wmk?autoplay=1&mute=1><img src=https://img.youtube.com/vi/RvdU2Bd3wmk/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଭିଡ଼ିଓରେ ଛାତ୍ର ଜଣକ କ୍ଷମା ମାଗିବା ସହିତ ଯୁବତୀଙ୍କ ଗୋଡ଼ ଧରି କ୍ଷମା ମାଗୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ ଛାତ୍ର ଜଣକ ଯଦି କିଛି ଭୁଲ କେମେଣ୍ଟ ପାସ୍ କରିଛନ୍ତି ତେବେ ଯୁବତୀ ଜଣକ ଏଥିନେଇ ସ୍ଥାନୀୟ ପୋଲିସର ସହାୟତା ନେଇ ପାରିଥାନ୍ତେ। କିନ୍ତୁ, ସେ ଏପରି ନ କରି ମାଡ଼ ମାରିବାର ଭିଡ଼ିଓ ଭାଇରାଲ କରିବା ନିଶ୍ଚିତ ଭବାରେ ଏକ ଅପରାଧ ଅଟେ।