ଦେଖନ୍ତୁ ଭିଡିଓ: ଷଷ୍ଠ ଶ୍ରେଣୀ ଛାତ୍ରୀର ଏମିତି ଜୀବନ ନେଲା ଡ୍ରାଇଭର, ରାସ୍ତାକୁ ଓହ୍ଲାଇଲେ ଲୋକେ

 

ସବୁ ଦିନ ପରି ଆଜି ବି ଶୁଭଲକ୍ଷ୍ମୀ ବାହାରି ଯାଇଥିଲା ବିଦ୍ୟାଳୟକୁ। ବେଶ୍ ଖୁସି ଥିଲା ସେ ସେଦିନ। ବର୍ଷା ହେତୁ ବାପା କିନ୍ତୁ ମନା କରୁଥିଲେ ବିଦ୍ୟାଳୟ ଯିବା ପାଇଁ। ହେଲେ ଝିଅ ଶୁଭଲକ୍ଷ୍ମୀ ବର୍ଷାକୁ ଖାତିର ନ କରି ବାହାରିଯାଇଥିଲା ବିଦ୍ୟାଳୟ। ହେଲେ କିଏ ଜାଣିଥିଲା ଏପରି କିଛି ହୋଇଯିବ ତାଙ୍କ ସହିତ। ଚିରଦିନ ପାଇଁ ଶୋଇଯିବ ଶୁଭଲକ୍ଷ୍ମୀ। ଏପରି ଦୁଃଖ ଭଗବାନ କେଉଁ ବାପା ମାଙ୍କ ଜୀବନରେ ନ ଦିଅନ୍ତୁ।

ଘଟଣା ଟି ହେଉଛି ଅନୁଗୁଳ ଜିଲ୍ଲାର। ବଇଁଚୁରା ପ୍ରାଥମିକ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ  ପାଠ ପଢେ ଶୁଭଲକ୍ଷ୍ମି। ପ୍ରତିଦିନ ଭଳି ସେଦିନ ବି ସ୍କୁଲ ଯାଇଥିଲା ଶୁଭଲକ୍ଷ୍ମୀ। ଛୁଟି ହେବା ପରେ ଘରକୁ ସାଇକେଲ ନେଇ ଫେରୁଥାଏ ଶୁଭଲକ୍ଷ୍ମି। ଠିକ୍ ସେହି ସମୟରେ ପଛରୁ ଏକ ଗାଡ଼ି ଜୋର୍ ରେ ଧକ୍କା ଦିଏ ଶୁଭଲକ୍ଷ୍ମିଙ୍କୁ ଯେଉଁଥି ପାଇଁ ଘଟଣା ସ୍ଥଳରେ ହିଁ ଜୀବନ ହରାଇ ବସନ୍ତି ଶୁଭଲକ୍ଷ୍ମୀ।

ଏହି ଘଟଣା ଟିରେ ଗ୍ରାମବାସୀ ତଥା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖା ଦେଇଛି ବିଦ୍ରୋହ। କାରଣ ବିନା କାରଣରେ ସେମାନେ ହରାଇ ବସିଲେ ନିଜ ସାଙ୍ଗକୁ। ସତ କଥା ତ କଣ ଭୁଲ ଥିଲା ଶୁଭଲକ୍ଷ୍ମୀ ର, ବିନା କାରଣରେ ଦୁନିଆକୁ ଭଲ ଭାବରେ ନ ଦେଖିଥିବା ଶୁଭଲକ୍ଷ୍ମୀ ସବୁ ଦିନ ପାଇଁ ଦୁନିଆ ଛାଡ଼ି ଚାଲି ଗଲେ।

<a href=https://youtube.com/embed/EVnDQsxNTIw?autoplay=1&mute=1><img src=https://img.youtube.com/vi/EVnDQsxNTIw/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହି ଘଟଣାକୁ ନେଇ ଗ୍ରାମବାସୀ ସରକାରୀ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି।କାରଣ ଏପରି ସବୁ ଘଟିଗଲା ରାସ୍ତା ଖରାପ୍ ପାଇଁ। ଏ ନେଇ ପୁର୍ବରୁ ମଧ୍ୟ ଗ୍ରାମବାସୀ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ। ଅନେକ ଲୋକ ତଥା ସ୍କୁଲ ପିଲା ଯିବା ଆସିବା କରିବାର ଏହା ଏକ ମାତ୍ର ରାସ୍ତା ଥିଲା।ଯାହା ଅନେକ ଦିନରୁ କାମ ନ ହେବାରୁ ଅତି ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିଲା। ଯେଉଁଥି ପାଇଁ ଘଟିଗଲା ଘଟଣା ଟି।

ତେବେ ଦେଖିବାକୁ ରହିଲା ଏପରି ଏକ ଘଟଣା ପରେ ସରକାର କି ପଦକ୍ଷେପ ନେଉଛନ୍ତି। କିପରି ନ୍ୟାୟ ଦେଉଛନ୍ତି ଝିଅର ପରିବାର ଲୋକଙ୍କୁ