ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ଲୋକସଭାରେ ଉଠାଇଲେ ଅପରାଜିତା, ଜାଣନ୍ତୁ କଣ କହିଲେ ସେ

ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ନେଇ ଲୋକସଭାରେ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ପ୍ରସଙ୍ଗ, ସେ ଗୃହରେ ଉଠାଇବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜଳଶକ୍ତି ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ କୌଣସି ବାଟ ବାହାର କରିବାକୁ ସେ ଲୋକସଭାରେ ଅନୁରୋଧ କରିଛନ୍ତି। ଅପରାଜିତା କହିଛନ୍ତି ଯେ
 

ଭୁବନେଶ୍ୱରର ଜଳବନ୍ଦୀ ସମସ୍ୟାକୁ ନେଇ ଲୋକସଭାରେ ପ୍ରସଙ୍ଗ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଘଣ୍ଟାଏ ବର୍ଷାରେ ଭୁବନେଶ୍ୱରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉଥିବା ପ୍ରସଙ୍ଗ,

ସେ ଗୃହରେ ଉଠାଇବା ସହ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ମିଳିତ ଭାବେ ଏହି ସମସ୍ୟାର ସମାଧାନ କରିବାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଜଳଶକ୍ତି ମନ୍ତ୍ରାଳୟ ଓ ରାଜ୍ୟ ସରକାର ମିଳିତ ଭାବେ କୌଣସି ବାଟ ବାହାର କରିବାକୁ ସେ ଲୋକସଭାରେ ଅନୁରୋଧ କରିଛନ୍ତି।

ଅପରାଜିତା କହିଛନ୍ତି ଯେ ମାତ୍ର ଘଣ୍ଟାଏ ବର୍ଷା ହେବା ଦ୍ୱାରା ଭୁବନେଶ୍ୱରରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି। ଯାହାଫଳରେ ସହରବାସୀ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ କିଭଳି ଭୁବନେଶ୍ୱରର ଡ୍ରେନ ଗୁଡିକୁ ମରାମତି କରାଯାଇ ଜଳ ନିଷ୍କାସନ ସୁଗମ କରାଯାଇପାରିବ,

ସେଥିପ୍ରତି ଦୃଷ୍ଟି ଦେବାକୁ ଅପରାଜିତା ଦାବି କରିଛନ୍ତି। ଏଥିପାଇଁ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।