‘ଆମ ସୁରଜର ଅସ୍ତ ନାହିଁ’, ପୁଅ ମରିଯିବା ପରେ ଏମିତି କହିଲେ ବାପା ମା’, ପୁରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଅଙ୍ଗଦାନ କରି ଅମର ହୋଇଛନ୍ତି ପୁଅ ସୁରଜ I ଆଉ ତାପରେ ବାପା ମା ଗର୍ବରେ କହିଛନ୍ତି- ‘ଆମ ସୁରଜର ଅସ୍ତ ନାହିଁ’ I ସତରେ ମାନବିକାତା କାହାକୁ କୁହନ୍ତି ତାହା ପ୍ରମାଣ କରିଛନ୍ତି ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଗଂଜାମ ଜିଲ୍ଲାର ପୁଅ ସୁରଜ ବେହେରାଙ୍କ ପରିବାର । ପୁରା ଘଟଣା କିଛି ଏପରି- ଏକ ଦୁର୍ଘଟଣାରେ ପୁଅର ବ୍ରେନ ଡେଡ ହେବା ପରେ ପରିବାର ଲୋକେ ସୁରଜଙ୍କ ୬ଟି ମହତ୍ବପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ
 

ଅଙ୍ଗଦାନ କରି ଅମର ହୋଇଛନ୍ତି ପୁଅ ସୁରଜ I ଆଉ ତାପରେ ବାପା ମା ଗର୍ବରେ କହିଛନ୍ତି- ‘ଆମ ସୁରଜର ଅସ୍ତ ନାହିଁ’ I ସତରେ ମାନବିକାତା କାହାକୁ କୁହନ୍ତି ତାହା ପ୍ରମାଣ କରିଛନ୍ତି ଦୁର୍ଘଟଣା ରେ ପ୍ରାଣ ହରାଇଥିବା ଗଂଜାମ ଜିଲ୍ଲାର ପୁଅ ସୁରଜ ବେହେରାଙ୍କ ପରିବାର ।

ପୁରା ଘଟଣା କିଛି ଏପରି- ଏକ ଦୁର୍ଘଟଣାରେ ପୁଅର ବ୍ରେନ ଡେଡ ହେବା ପରେ ପରିବାର ଲୋକେ ସୁରଜଙ୍କ ୬ଟି ମହତ୍ବପୂର୍ଣ୍ଣ ଅଙ୍ଗ ଦାନ କରିଥିଲେ । ସୁରଜଙ୍କ ଦୁଇଟି ଯାକ କିଡନୀ, ଲିଭର, ହାର୍ଟ ଓ ଦୁଇଟି ଯାକ ଆଖି ଦାନ କରିଥିଲେ । ଅଙ୍ଗଦାନ ନେଇ ସୁରଜଙ୍କ ପରିବାରର ଏହି ମହତ ଉଦ୍ଦେଶ୍ୟ ଦ୍ବାରା ୬ ଜଣଙ୍କୁ ମିଳିପାରିଛି ନୂଆ ଜୀବନ ।

ଏହି ଖବର ପ୍ରଘଟ ହେବ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରଜଙ୍କ ପରିବାରକୁ ଘରଢିହ ସହ ବିଜୁ ପକ୍କା ଘର ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଏଥିସହିତ ଅଙ୍ଗଦାନ କରୁଥିବା ବ୍ୟକ୍ତି ଓ ଏଦିଗରେ କାମ କରୁଥିବା ଅନୁଷ୍ଠାନଗୁଡିକୁ ଉତ୍ସାହିତ କରିବା ପାଇଁ ସୁରଜଙ୍କ ନାମରେ ଏକ ବାର୍ଷିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପରିବାର ଏହି ମହତ କାମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବାକୁ ଘୋଷଣା କରାଯାଇଛି ।

ସୁରଜ ସୁରଟର ଏକ ସୂତା କଳରେ ସୁପରଭାଇଜର ଭାବେ କାମ କରୁଥିଲା । ନିକଟରେ ଏକ ବସ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହେବା ପରେ ତାକୁ ସନସାଇନ ଗ୍ଲୋବାଲ ହସ୍ପିଟାଲ ଓ ପରେ ମହାବୀର ହସ୍ପପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାକୁ ବ୍ରେନ ଡେଡ ବୋଲି ଘୋଷଣା କରାଯାଇଥିଲା । ସେହି ସମୟରେ ସୁରଜଙ୍କ ପରିବାରକୁ ଭେଟିଥିଲ ଡୋନେଟ ଲାଇଫର ସଭାପତି ଦିନେଶ ମଣ୍ଡଲେୱାଲାଙ୍କୁ । ସେ ପରିବାର ଲୋକଙ୍କୁ ଅଙ୍ଗଦାନ ପାଇଁ ପ୍ରୋତ୍ସାହିତ କରିଥିଲେ । ପରିବାର ଲୋକଙ୍କ ସହମତିରେ ସୁରଜଙ୍କ ୬ଟି ଅଙ୍ଗ ଦାନ କରାଯାଇଥିଲା ।

ସୁରଜଙ୍କ ହାର୍ଟକୁ ଜଣେ ୪୦ ବର୍ଷିୟା ମହିଳାଙ୍କ ଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଛି । ଅଙ୍ଗଦାନ ପରେ ସୁରଜଙ୍କ ହାର୍ଟକୁ ଏକ ଏୟାର ଆମ୍ବୁଲାନ୍ସରେ ୭୨ ମିନିଟରେ ସୁରଟରୁ ମୁମ୍ବାଇକୁ ଅଣାଯାଇଥିଲା । ସେହିଭଳି ସୁରଜଙ୍କ କିଡନୀ ଓ ଲିଭରକୁ ମଧ୍ୟ ତିନି ଜଣଙ୍କ ଠାରେ ଟ୍ରାନ୍ସପ୍ଲାଣ୍ଟ କରାଯାଇଥିଲା ।