ପୁଅ ନ ହୋଇ ଝିଅ ହେବାରୁ ବୋହୂ ସହ ଶାଶୂଘର ଲୋକେ ଯାହାକଲେ ଜାଣି ହୋସ୍ ଉଡିଯିବ ଆପଣଙ୍କ

ସରକାରଙ୍କ ବେଟି ବଚାଓ ବେଟି ପଢାଓ ପୁଣି ଥରେ ଲୋକଙ୍କ ମନରେ ପ୍ରଭାବ ପକାଇ ପାରିନି, ସରକାର ଯେତେବି ଏ ଦିଗରେ ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ଏହା ଲୋକଙ୍କ ମନଭାବ ବଦଳାଇ ପାରୁନି। ଆଜି ଏପରି ହିଁ ଘଟଣା ଦେଖିବାକୁ ମିଳିଛି ଯାହା ପାଇଁ ଏକ ଜୀବନ ବଳି ପଡିଛି। ଘଟଣାଟି ଘଟିଛି ଷ୍ଟିଲ ସିଟି ରାଉରକେଲାରେ, ସହରର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲାଗେଟ ଅଞ୍ଚଳରେ, ବୋହୂର ଝିଅ ହେଉଥିବାରୁ ଶାଶୁଘର ବୋହୂକୁ ଜିଅନ୍ତା ପୋଡି
 

ସରକାରଙ୍କ ବେଟି ବଚାଓ ବେଟି ପଢାଓ ପୁଣି ଥରେ ଲୋକଙ୍କ ମନରେ ପ୍ରଭାବ ପକାଇ ପାରିନି, ସରକାର ଯେତେବି ଏ ଦିଗରେ ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ଏହା ଲୋକଙ୍କ ମନଭାବ ବଦଳାଇ ପାରୁନି। ଆଜି ଏପରି ହିଁ ଘଟଣା ଦେଖିବାକୁ ମିଳିଛି ଯାହା ପାଇଁ ଏକ ଜୀବନ ବଳି ପଡିଛି। ଘଟଣାଟି ଘଟିଛି ଷ୍ଟିଲ ସିଟି ରାଉରକେଲାରେ, ସହରର ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ କୋଇଲାଗେଟ ଅଞ୍ଚଳରେ, ବୋହୂର ଝିଅ ହେଉଥିବାରୁ ଶାଶୁଘର ବୋହୂକୁ ଜିଅନ୍ତା ପୋଡି ମାରିଦେଇଛନ୍ତି।

ରାଉରକେଲା ଗୋପବନ୍ଧୁପାଲିରେ ରହୁଥିବା ଶିବ କୁମାର ସୋର୍ଣକାରଙ୍କ ଝିଅ ରାଧା କୁମାରୀ ୬ ବର୍ଷେ ପୂର୍ବରୁ କୋଇଲା ଗେଟ ଅଞ୍ଚଳର ବିନୋଦ ସିଂଙ୍କୁ ବିବାହ କରିଥିଲେ। ବିବାହର ୬ ମାସ ଯାଏଁ ସବୁକିଛି ଠିକଠାକ୍ ଚାଲିଥିଲା ବେଳେ ଶାଶୁଘର ଆରମ୍ଭ କରିଦେଇଥିଲେ ଯୌତକ ପାଇଁ ରାଧା କୁମାରୀଙ୍କୁ ମାଡ ମାରିବା। ଏହା ପରେ ରାଧା ୨ ବର୍ଷ ପରେ ଏକ ଝିଅ ଜନ୍ମ ଦେଇଇଥିଲେ। ତେବେ ଏହା ପରେ ପୁଣି ଥରେ ମା ହେବାକୁ ଯାଉଥିବା ବେଳେ ଶାଶୁଘର ଲୋକ ଅଲଟ୍ରାସାଉଣ୍ଡ କରି ଜାଣିଥିଲେ ଯେ ରାଧଙ୍କ ଗର୍ଭରେ ଝିଅଟିଏ ଅଛି। ଏହା ଜାଣି ପାରି ଶାଶୁଘର ଲୋକ ପୁଣି ମାରପିଟ୍ ଆରମ୍ଭ କରିଦେଇଥିଲେ। ଏପରି କରି କରି ଶେଷରେ ୧ ଫେବୃଆରୀରେ ରାଧାଙ୍କୁ କିରୋସିନି ଢାଳି ମାରି ଦେବାକୁ ଉଦ୍ୟମ କରିଥିଲେ।

ଏଥିରେ ଗୁରୁତର ଆହତ ହୋଇ ସରକାରୀ ହସ୍ପିଟାଲରେ ଗୁରତର ଭାବେ ପୋଡି ହୋଇ ଭର୍ତ୍ତି ହୋଇଥିବା ରାଧା କୁମାରୀ ସୋମବାର ମଧ୍ୟ ରାତ୍ରରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ଝିଅକୁ ପୋଡି ମାରି ଦେଇଥିବାର ଅଭିଯୋଗରେ ମୃତ ରାଧାକୁମାରୀ ବାପା ବନ୍ଧମୁଣ୍ଡା ଥାନାରେ କରିବା ପରେ ପୋଲିସ ରାଧାକୁମାରିଙ୍କ ସ୍ୱାମୀ ବିନୋଦ ସିଂ, ଶଶୁର ରାମକୀର୍ତି ସିଂ, ଦେଢଶୁର ଜୟ ମଙ୍ଗଲ ସିଂ ଏବଂ ଯାଆ ମୁନି ଦେବୀଙ୍କୁ ଅଟକ ରଖି ପଚରା ଉଚୁରା କରୁଛି । ଏହି ଘଟଣାକୁ ନେଇ ରାଉରକେଲା ରେ ଉଦବେଗ ପ୍ରକାଶ ପାଇଛି । ଦୋଷୀ ମାନଙ୍କୁ କଡା ଦଣ୍ଡ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।