ପାଠ ହେଉନଥିବା ପ୍ରେମିକ ପାଇଁ ମାଟ୍ରିକ ପରୀକ୍ଷା ଦେଇ ଧରାପଡିଲା ପ୍ରେମିକା, ଆଉ ତାପରେ…

ଜାଲ୍ ଆଡମିଟ୍ କାର୍ଡ ପ୍ରସ୍ତୁତ କରି ଅନ୍ୟଜଣଙ୍କ ନାମରେ ମାଟ୍ରିକ ପରୀକ୍ଷା ଦେବା ମହଙ୍ଗା ପଡିଲା। ଧରାପଡିବାରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପ୍ରକୃତ ପରୀକ୍ଷାର୍ଥୀ ଓ ପରୀକ୍ଷା ହଲ୍ ରେ ବସିଥିବା ଯୁବତୀଙ୍କୁ ପୋଲିସ ଗିରଫ କରିଛି। ପ୍ରେମିକ ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିବା ପୋଲିସ ସ୍ପଷ୍ଟ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ। ପୋଲିସ ଉଭୟ ଅସଲି ଓ ନକଲି ଆଡମିଟ୍ କାର୍ଡକୁ ଜବତ
 

ଜାଲ୍ ଆଡମିଟ୍ କାର୍ଡ ପ୍ରସ୍ତୁତ କରି ଅନ୍ୟଜଣଙ୍କ ନାମରେ ମାଟ୍ରିକ ପରୀକ୍ଷା ଦେବା ମହଙ୍ଗା ପଡିଲା। ଧରାପଡିବାରୁ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ଅଭିଯୋଗ କ୍ରମେ ପ୍ରକୃତ ପରୀକ୍ଷାର୍ଥୀ ଓ ପରୀକ୍ଷା ହଲ୍ ରେ ବସିଥିବା ଯୁବତୀଙ୍କୁ ପୋଲିସ ଗିରଫ କରିଛି। ପ୍ରେମିକ ପାଇଁ ପ୍ରେମିକା ପରୀକ୍ଷା ଦେବାକୁ ଆସିଥିବା ପୋଲିସ ସ୍ପଷ୍ଟ କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧନୁପାଲି ଥାନା ଅଞ୍ଚଳରେ। ପୋଲିସ ଉଭୟ ଅସଲି ଓ ନକଲି ଆଡମିଟ୍ କାର୍ଡକୁ ଜବତ କରିଥିବା ସମୟରେ ପରୀକ୍ଷା ଖାତାକୁ ମଧ୍ୟ ଜବତ କରିଛି।

ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଓପନ ସ୍କୁଲ୍ ମାଧ୍ୟମରେ ପଢୁଥିବା ସମ୍ବଲପୁର ଜିଲ୍ଲା ସଦର ଥାନା ପଡିଆବାହାଲ ମହୁଲମୁଣ୍ଡା ଗ୍ରାମର ଲକ୍ଷ୍ମଣ ମେହେରଙ୍କ ଧନୁପାଲି ଥାନା କମିସନର କଲୋନି ହାଇସ୍କୁଲରେ ସେଣ୍ଟର ପଡିଥିଲା। କିନ୍ତୁ ଲକ୍ଷ୍ମଣ ପରୀକ୍ଷା ଦେବାକୁ ଆସିନଥିଲେ। ତାଙ୍କ ସ୍ଥାନରେ ରେଙ୍ଗାଲିର କମଳା ସେଠଙ୍କୁ ପଠାଇଥିଲେ। କମଳା ନକଲି ଆଡମିଟ୍ କାର୍ଡ଼ ରେ ନିଜକୁ ଲକ୍ଷ୍ମୀ ମେହେର ବୋଲି ଦର୍ଶାଇ ଥିଲେ। ପ୍ରାଥମିକ ଯାଞ୍ଚ ବେଳେ କମଳା ନିଜ ନାମ ଭୁଲରେ ଲକ୍ଷ୍ମଣ ଓ ମହିଳା ଜାଗାରେ ପୁରୁଷ ହୋଇଯାଇଛି ବୋଲି କହି ଫାଙ୍କି ଦେଇଥିଲେ।

ମାତ୍ର ପରବର୍ତ୍ତୀ ସ୍କୁଟିନି ସମୟରେ କଟକ ବୋର୍ଡ଼ କାର୍ଯ୍ୟଳୟ ସମ୍ବଲପୁର ବୋର୍ଡ଼ କକାର୍ଯ୍ୟଳୟ ଓ ଶିକ୍ଷା ବିଭାଗକୁ ଆସିଥିବା ତଥ୍ୟ ସହ ଆଡମିଟ୍ କାର୍ଡ଼ ମେଳ ଖାଇନଥିଲା। ପରୀକ୍ଷା ପରିଦର୍ଶକ ଏ ନେଇ ସନ୍ଦେହ ପ୍ରକାଶ କରି ଖାତା ସ୍ୱାକ୍ଷର କରିନଥିଲେ। ଏ ନେଇ ସ୍କୁଲ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ କମଳାଙ୍କୁ ପଚରାଉଚରା କରିବା ପରେ ସତ ବାହାରକୁ ଆସିଥିଲା। ପ୍ରେମିକ ଲକ୍ଷ୍ମଣଙ୍କ ଯାଗାରେ ସେ ଯାଇ ପରୀକ୍ଷା ଦେବାକୁ ସ୍ଥିର କରିଥିଲେ ବୋଲି କମଳା ସ୍ୱୀକାର କରିଥିଲା।