ରଥଯାତ୍ରା ପାଇଁ ସୁପ୍ରିମକୋର୍ଟ ରଖିଲେ ୧୦ଟି ବଡ ସର୍ତ୍ତ, ଏହିସବୁ ସର୍ତ୍ତ ସହ ପାଳନ ହେବ ରଥଯାତ୍ରା

କରୋନା ଭିତରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ରଥଯାତ୍ରା କିଭଳି ସୁରକ୍ଷିତ ଓ କରୋନା ନିୟମ ସହ ପାଳନ ହୋଇପାରିବ ସେଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ ଆସନ୍ତୁ ଜାଣିବା କଣ ସେହି ସର୍ତ୍ତ ଗୁଡିକ- ରଥଟଣା ହେବାର ପ୍ରତି ରଥରେ ୧ ଘଣ୍ଟା ଲେଖାଏଁ ବ୍ୟବଧାନ ରହିବ। ଗୋଟିଏ ରଥକୁ ୫ ଶହରୁ ଅଧିକ ଲୋକ ଟାଣି ପାରିବେ ନାହିଁ। ୨୨ ତାରିଖ ରାତି ୮ଟା ରୁ ପୁରୀ
 

କରୋନା ଭିତରେ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ତେବେ ରଥଯାତ୍ରା କିଭଳି ସୁରକ୍ଷିତ ଓ କରୋନା ନିୟମ ସହ ପାଳନ ହୋଇପାରିବ ସେଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସୁପ୍ରିମକୋର୍ଟ ଆସନ୍ତୁ ଜାଣିବା କଣ ସେହି ସର୍ତ୍ତ ଗୁଡିକ-

  • ରଥଟଣା ହେବାର ପ୍ରତି ରଥରେ ୧ ଘଣ୍ଟା ଲେଖାଏଁ ବ୍ୟବଧାନ ରହିବ।
  • ଗୋଟିଏ ରଥକୁ ୫ ଶହରୁ ଅଧିକ ଲୋକ ଟାଣି ପାରିବେ ନାହିଁ।
  • ୨୨ ତାରିଖ ରାତି ୮ଟା ରୁ ପୁରୀ ଜିଲ୍ଲା ସିଲ୍ ସହ କର୍ଫ୍ୟୁ ଜାରି।
  • ବସ ଚଳାଚଳ, ରେଳ ସେବା ପୁରାପୁରି ବନ୍ଦ ରହିବ।
  • ରଥ ଟଣା ସମୟରଜ କର୍ଫ୍ୟୁ ଲାଗୁ ରହିବ।
  • ଯେଉଁ ସେବାୟତ କିମ୍ବା ଯେଉଁମାନେ ରଥ ଟାଣିବେ ସେମାନଙ୍କ ମଧ୍ୟରେ ସୋସିଆଲ୍ ଡିସଟାନ୍ସ ରଖିବା ଜରୁରୀ।
  • କରୋନା ନେଗେଟିଭ୍ ଥିବା ଲୋକ ହିଁ ଟାଣି ପାରିବେ ରଥ।
  • ସରକାର ଓ ପ୍ରଶାସନ ନିୟମର ପାଳନ ପାଇଁ ଉତ୍ତରଦାୟୀ ରହିବେ।
  • କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେଇ ପାରିବେ ରାଜ୍ୟ ସରକାର।
  • ରଥଯାତ୍ରାରେ ସାମିଲ ଲୋକଙ୍କ ତଥ୍ୟ ରଖିବେ ସରକାର।