ଦେଖନ୍ତୁ ଭିଡିଓ: ରାତି ଅଧରେ ଘରୁ ବାହାରି ମଶାଣୀ ଆଡେ ଦୌଡିଲା ପିଲାଟି, ଆଉ ତାପରେ ଯାହା ହେଲା

 

ଖୋର୍ଦ୍ଧା ଜିଲ୍ଲାରେ ଏବେ ଗୁଣି ଗାରେଡ଼ି ଭୟ। ପିଲାମାନେ ବେଶୀ ଶିକାର ହେଉଛନ୍ତି ଏହାର। ଯାହା ଭୟରେ ପିଲାମାନେ ଏବେ ସ୍କୁଲ ଜିବା ମଧ୍ୟ ବନ୍ଦ କରି ସାରିଲେଣି।କିଛି ପିଲା ଅସୁସ୍ଥ ହେବ ସହିତ ବିଚିତ୍ର ବ୍ୟବହାର ମଧ୍ୟ କରୁଛନ୍ତି। ଯାହା ଦେଖି ଲୋକେ ଏବେ ଭୟଭୀତ। ଘଟଣାର ସତ୍ୟତା ଜଣା ପଡ଼ି ନ ଥିଲେ ବି ସମସ୍ତେ ଅଛନ୍ତି ଆତଙ୍କିତ।କିଏ ଏହାକୁ ଗୁଣି ଗାରେଡ଼ି ବୋଲି କହୁଛି ତ କିଏ ଏହାକୁ ବଳି ପ୍ରଥା ବୋଲି କହୁଛି।

ଖୋର୍ଦ୍ଧା ଦଧିମାଛ ଗାଡ଼ିଆ ରେ ଏପରି ଘଟଣା ଦେଖିବାକୁ ମିଳିଛି। କଥାଟି ବେଶୀ ଅଧିକ ଲୋକଲୋଚନକୁ ଆସିଥିଲା ସେତେବେଳେ ଯେବେ ଉକ୍ତ ସ୍ଥାନର ଏକ ଭିଡିଓ ଦେଖିବାକୁ ମିଳିଥିଲା।ଯାହା ଏବେ ମୋବାଇଲ୍ ରୁ ମୋବାଇଲ୍ କୁ ଭାଇରାଲ ହେଉଛି। ଘଟଣାଟି ଏପରି ଥିଲା କି , ଉକ୍ତ ସ୍ଥାନର ତେର କି ଚଉଦ ବର୍ଷର ପିଲା ଯିଏ କି ନବମ ଶ୍ରେଣୀରେ ପାଠ ପଢ଼େ, ହଠାତ୍ ରବିବାର ରାତିରେ ଗାଆଁ ପାଖ ମଶାଣିକୁ ଦୌଡ଼ି ଥିଲା। ଯାହା ଦେଖି ତା ପଛେ ପଛେ ଗ୍ରାମବାସୀ ଓ ପରିବାର ଲୋକେ ମଧ୍ୟ ଯାଇଥିଲେ ମଶାଣି। ମଶାଣି ଯାଇ ଯେଉଁ ଦୃଶ୍ୟ ସେ ଦେଖିଲେ ତାହା ସମସ୍ତଙ୍କୁ ଭୟଭୀତ କରିଥିଲା।
ପିଲାଟି ଦୌଡ଼ି ଯାଇ ମଶାଣି ର ଯେଉଁ ସ୍ଥଳରେ ପହଞ୍ଚିଥିଲା ପୁର୍ବରୁ ସେଠାରେ ସିନ୍ଦୂର, ଧୂପ, ଫୁଲ ଆଦି ରହିଥିଲା। ଯାହା ଦେଖି ସମସ୍ତେ ଭୟଭୀତ ହେବା ସହିତ ଦୁଃଖ ମଧ୍ଯ ପ୍ରକାଶ କରିଥିଲେ ଏହାକୁ ନେଇ। ହେଲେ ଡରରେ କେହି ପିଲାଟି ପାଖକୁ ଯାଇ ନ ଥିଲେ। ଏପରିକି ପରିବାର ଲୋକେ ମଧ୍ୟ ନୁହଁନ୍ତି।
ସେହି ଗ୍ରାମର ଅନ୍ୟ ସ୍ଥାନରେ ମଧ୍ୟ ଏପରି କିଛି ଅଦ୍ଭୁତ ଘଟଣା ଦେଖିବାକୁ ମିଳିଥିଲା। ଅନ୍ୟ କିଛି ପିଲା ମଧ୍ୟ ବିନା କାରଣରେ ଅସୁସ୍ଥ ହୋଇ ପଡିଥିଲେ। ଏବଂ ଅଜବ ବ୍ୟବହାର କରୁଥିଲେ। ଯେଉଁଥି ପାଇଁ ଗ୍ରାମବାସୀ ଭୟରେ ନିଜ ପିଲାଙ୍କୁ ଛାଡ଼ୁ ନ ଥିଲେ ବିଦ୍ୟାଳୟକୁ।ସମସ୍ତଙ୍କ ମନରେ ଗୁଣି ଗାରେଡ଼ିର ଭୟ ସହିତ ବଳି ର ମଧ୍ୟ ଭୟ ରହିଥିଲା। ଯେଉଁଥି ପାଇଁ ଉକ୍ତ ଗ୍ରାମର ଏକ ଲୋକକୁ ସନ୍ଦେହ କରି ନିର୍ଧୂମ ମାଡ ମାରିଥିଲେ ଗ୍ରାମବାସୀ। ଉକ୍ତ ବ୍ୟକ୍ତି ଜଣକ ଭୟରେ ପୋଲିସର ଦ୍ବାରସ୍ଥ ହେବା ପରେ ପୋଲିସ ଖବରର ହସ୍ତକ୍ଷେପ କରି ତଦନ୍ତ ଆରମ୍ଭ କରି ଥିଲେ।
<a href=https://youtube.com/embed/p5gxvTHpnL8?autoplay=1&mute=1><img src=https://img.youtube.com/vi/p5gxvTHpnL8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">
ଏପଟେ ବ୍ଲକ ଅଧିକାରୀ ତଥା ତହସିଲଦାର ଆଦି ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାଇଥିଲେ ଓ ପିଲା ମାନଙ୍କୁ ବିଦ୍ୟାଳୟକୁ ଛାଡ଼ିବାକୁ ପରାମର୍ଶ ଦେଇ ଥିଲେ। ପୋଲିସ ମଧ୍ୟ ସ୍ଥାନୀୟ ଲୋକ ମାନଙ୍କୁ ଏପରି ଅନ୍ଧ ବିଶ୍ବାସରେ ନ ପଡ଼ିବା ପାଇଁ ପରାମର୍ଶ ଦେଇଛନ୍ତି। ହେଲେ ସେଦିନ ସେ ପିଲାଟି କାହିଁକି ମଶାଣିକୁ ଯାଇଥିଲା,କିଏ ସେଠାରେ ପୁର୍ବରୁ ଏପରି ବ୍ୟବସ୍ଥା କରିଥିଲା। ଏ ନେଇ କୌଣସି ସାନ୍ତ୍ଵନା ମିଳି ପାରି ନାହିଁ। ଯଦି ଏତେ ସଚେତନ ପରେ ମଧ୍ୟ ଏହା ବଳି ବ୍ୟବସ୍ଥା ପାଇଁ ହୋଇ ଥାଏ ତେବେ ଏହା ଆମ ଓଡ଼ିଶାବାସୀଙ୍କ ପାଇଁ ଏକ ନିନ୍ଦନୀୟ ଘଟଣା।