ଦେଖନ୍ତୁ ଭିଡିଓ: ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଖୁଲମ୍ ଖୁଲା ଚାଲେଞ୍ଜ, ରାଜଧାନୀରେ ଏକୁଟିଆ ବୁଲିକି ଦେଖାନ୍ତୁ !

 

ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଚ୍ୟାଲେଞ୍ଜ। ବିନା ସୁରକ୍ଷା ବାହିନୀରେ ବୁଲନ୍ତୁ ଭୁବନେଶ୍ୱର,ଲୋକଙ୍କ ସହିତ ମିଶନ୍ତୁ, ଲୋକମାନଙ୍କ ସୁଖ, ଦୁଃଖ କଥା ବୁଝନ୍ତୁ।ସେ ବିଜୁ ବାବୁଙ୍କ ଭଳି ଜଣେ ସାହାସୀ ଲଢୁଆ ମଣିଷଙ୍କ ପୁଅ।ତାଙ୍କୁ ବା କାହାର ଡର।କିଏ ବା ତାଙ୍କର କଣ କରିବ। ସେ ତ କାହାର କ୍ଷତି କରି ନାହାନ୍ତି। ବସ୍ତିରେ ବୁଲନ୍ତୁ ଲୋକଙ୍କ ଅବସ୍ଥା ନିଜେ ଦେଖନ୍ତୁ।

ଓଡ଼ିଶାରେ ବିଜେଡ଼ି ଦଳ କହିଲେ କେତେ ଲୋକେ ଆଜି ବି ମନେ ପକାନ୍ତି ବିଜୁ ବାବୁଙ୍କୁ।କେବଳ ଓଡ଼ିଶା ନୁହେଁ ବିଦେଶରେ ମଧ୍ୟ ତାଙ୍କର ଦବଦବା କିଛି କମ ନ ଥିଲା।ତାଙ୍କ ପରେ ତାଙ୍କ ପୁଅ ନବୀନ ଯାହାଙ୍କ ଠାରୁ ଓଡ଼ିଶାବାସୀ ଅନେକ କିଛି ଆଶା ରଖିଛନ୍ତି ,ସେଥିପାଇଁ ତ ନିର୍ବାଚନ ପରେ ନିର୍ବାଚନ ଜିତାଇ ଆସିଛନ୍ତି ତାଙ୍କୁ। ନିକଟରେ ପ୍ରଦୀପ ପାଣିଗ୍ରାହୀ ଏପରି କିଛି ବୟାନ ଦେଇଛନ୍ତି, ଯାହା ଏବେ ଲୋକଲୋଚନର ଆଲୋଚନାର ବିଷୟବସ୍ତୁ।
<a href=https://youtube.com/embed/vY1cGMrV5V4?autoplay=1&mute=1><img src=https://img.youtube.com/vi/vY1cGMrV5V4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">
ପ୍ରଦୀପଙ୍କ କହିବା ଅନୁସାରେ, ନବୀନ ବିଜୁ ବାବୁଙ୍କ ପୁଅ ତାଙ୍କର ପୁଣି ଡର କାହାକୁ। ଆସନ୍ତୁ ଥରେ ବିନା ପୋଲିସରେ ଭୁବନେଶ୍ୱର ଚାଲନ୍ତୁ। ଲୋକଙ୍କ ସହିତ ମିଶନ୍ତୁ। ଲୋକଙ୍କ ଅସୁବିଧା କଥା ବୁଝନ୍ତୁ। ଥରେ ବିଭିନ୍ନ ବସ୍ତି ସ୍ଥାନକୁ ବି ବୁଲି ଯାଆନ୍ତୁ। ଯଦି ଏପରି ନବୀନ କରିବେ ତେବେ ସେ ତାଙ୍କୁ ହାତ ଯୋଡ଼ି ସଲାମ କରିବେ ବୋଲି ମଧ୍ୟ କହିଛନ୍ତି।