ଦେଖନ୍ତୁ ଭିଡିଓ: କାର୍ ଖାନା ଭାଉଜ ନେହାଙ୍କୁ ବିଧାନସଭା ପ୍ରାର୍ଥୀ କରିବ କି ବିଜେପି? ନେବେ ଲେଖାଶ୍ରୀଙ୍କ ଜାଗା

 

କାରଖାନାରୁ ବିଜେପି ନେତ୍ରୀ ! ଆଜ୍ଞା ହଁ , ଆପଣ ଠିକ୍ ଶୁଣିଛନ୍ତି । ନିକଟରେ ଭୁବନେଶ୍ବରରେ କାରଖାନାର ଅତି ପରିଚିତ ମୁହଁ ଦୁଇଟି ଏବେ ବିଜେପିରେ ମିଶି ସାରିଛି । ରାଜ୍ୟ ସରକାରଙ୍କର ବିଭିନ୍ନ ନିୟମ ଦ୍ଵାରା ଦୁଇ ଦୁଇ ଥର ନିଜ ଦୋକାନ ଚଲାଇବାରେ ବିଫଳ ହୋଇଥିଲେ ଦୁଇ ଜଣ ମହିଳା । କଣ ଏହି ବିଫଳତାର କାରଣ ହେଉଛି ବିଜେପିରେ ମିଶିବା ।

ଆମର WhatsApp ଚ୍ୟାନେଲକୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsAap chanel and get all the Latest news 

WhatsApp Channel (Join Now) Join Now

ତେବେ ସେ ଯାହା ହେଉ ନା କାହିଁକି ବିଜେପିର ବେଶ୍ ପରିଚିତ ମୁହଁ ପାଲଟିଛନ୍ତି ଏହି ଦୁଇ ଯାଆ । ଆପଣ ନିଶ୍ଚୟ ଜାଣିଥିବେ ନିକଟରେ ଭୁବନେଶ୍ୱରରେ ଦୁଇ ଯାଆ କାର୍ ରେ ଖାଇବା ପ୍ରସ୍ତୁତ କରି ଲୋକ ମାନଙ୍କୁ ଖୁବ୍ କମ୍ ମୂଲ୍ୟରେ ଯୋଗାଉ ଥିଲେ । ସେମାନଙ୍କର ଭଲ ସ୍ୱାଦ ଏବଂ ଭଲ ଦର୍ ପାଇଁ ଲୋକ ମାନଙ୍କର ଭିଡ ବି ଜମିବାରେ ଲାଗିଥିଲା ।

ହେଲେ ଦୁଇ ଦୁଇ ଥର ବିଏମସି ଦ୍ଵାରା ତାଙ୍କ ଦୋକାନକୁ ବନ୍ଦ କରି ଦିଆ ଯାଇଥିଲା । ଯେଉଁଥି ପାଇଁ ନିରାଶ ହୋଇଥିଲେ ଦୁହେଁ । ହେଲେ ଆଶା ଛାଡ଼ି ନ ଥିଲେ । ଲଢ଼ିବା ଜାରି ରଖିଥିଲେ । ବର୍ତ୍ତମାନ ଦୁଇ ଯାଆ ବିଜେପିରେ ମିଶିଛନ୍ତି ।

ବିଜେପିରେ ମିଶିବା ପରେ ଦୁହେଁ ନାରୀ ସଶକ୍ତିକରଣ ପାଇଁ କାର୍ଯ୍ୟ କରିବେ ବୋଲି ମତ ଦେଇଛନ୍ତି । ସେମାନେ ବାହାରକୁ ଆସି କାର୍ଯ୍ୟ କରିବା ସମୟରେ ଯେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଠିକ୍ ସେହିପରି ଓଡ଼ିଶାର ଅନ୍ୟ କେଉଁ ମହିଳା ଏହାର ସମ୍ମୁଖୀନ ନ ହୁଅନ୍ତୁ ବୋଲି ସେ ଏ ନେଇ କାର୍ଯ୍ୟ କରିବେ ।

ତେବେ ଲେଖାଶ୍ରୀଙ୍କ ଭଳି ନେହା ଜଣେ ମଧ୍ୟ କୁହାଳିଆ ମହିଳା ଅଟନ୍ତି । ତାଙ୍କର ଭୟେସ୍ ଅତି ଦମ୍ ଦାର ରହିଥିବା ବେଳେ ସେ କ୍ୟାମେରା ଆଗରେ ଭଲ ବାଇଟ ମଧ୍ୟ ଦିଅନ୍ତି । ଲେଖାଶ୍ରୀ ଯେପରି ପୂର୍ବରୁ ବିଜେପିରେ ଥିବା ବେଳେ ଓଡ଼ିଶା ରାଜ୍ୟ ସରକାରଙ୍କୁ ସିଧା ସିଧା ପ୍ରଶ୍ନ କରୁଥିଲେ ଏବଂ ମୂଳ କଥା ବହୁ ଫ୍ରାଙ୍କଲି କହୁଥିଲେ ସେପରି ନେହା କରି ପାରିବେ ବୋଲି ମଧ୍ୟ ଆଶା ରହିଛି ।

ନେହା ମଧ୍ୟ କହିଛନ୍ତି ପିଲା ଦିନୁ ତାଙ୍କର ରାଜନୀତିକୁ ନେଇ ଅନେକ ଆଗ୍ରହ ରହିଛି । ଏଣୁ ସେ ସୁଯୋଗ ପାଇଲେ ନିଶ୍ଚୟ ଲଢ଼ିବେ । କିନ୍ତୁ ତାଙ୍କର ଏବେ ଏ ନେଇ କୌଣସି ଆଗ୍ରହ ନାହିଁ । ସେ କେବଳ ଶାସକ ଦଳରେ ମିଶି ରାଜ୍ୟରେ ନାରୀ ସଶକ୍ତିକରଣ ପାଇଁ କିଛି କରିବାକୁ ଚାହୁଁଛନ୍ତି ।

<a href=https://youtube.com/embed/P_Iy4wUuyPg?autoplay=1&mute=1><img src=https://img.youtube.com/vi/P_Iy4wUuyPg/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ତେବେ ଦେଖିବା ବାକି ରହିଲା ସେ କେବଳ ବିଜେପିରେ ମିଶି କର୍ମୀ ହିସାବରେ ପ୍ରଚାର କରୁଛନ୍ତି ନା ତାଙ୍କୁ ବି ବିଜେପି ଟିକେଟ ଦେଉଛି । ତେବେ ବିଜେପି ଓ ବିଜେଡି ଉଭୟର ପ୍ରାର୍ଥୀ ନାମା ଘୋଷଣା ହେଲା ପରେ ଏଭଳି ମିଶ୍ରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏବଂ ଦୁଇ ଯାଆଙ୍କୁ ଟିକେଟ ଦେବା ନେଇ ଏବେ ପ୍ରଶ୍ନ ଦେଖା ଦେଇଛି ରାଜନୀତିରେ ।

ଦୁଇ ଯାଆ ଏବେ ବିଜେପିରେ ମିଶିବା ପରେ ବିଜେପି ପଟ ରାଜ୍ୟରେ ଏବେ ଧୀରେ ଧୀରେ ଭାରି ହେବାରେ ଲାଗିଛି , ଯାହା ଚିନ୍ତାର ବିଷୟ ସୃଷ୍ଟି କରିଛି ବିଜେଡି ପାଇଁ ।