ବରଯାତ୍ରୀଙ୍କୁ ଖାସିମାଂସ ନଦେବାରୁ ମଙ୍ଗୁଳା କନ୍ୟାକୁ ଛାଡ଼ି ବାହାଘର ଭାଙ୍ଗି ପଳେଇଲା ବର, ପୂରା ଘଟଣା ଜାଣି ହେବେ ତାଜୁବ୍

 

ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁରେ ଏକ ଅଜବ ଘଟଣା ସମ୍ନାକୁ ଆସିଛି ଯେଉଁଠାରେ ବିବାହ ଭୋଜିରେ ଖାସି ମାଂସ ଖାଇବାକୁ ନ ମିଳିବାରୁ ଶେଷ ମୁହୂର୍ତ୍ତରେ ବାହାଘର ଭାଙ୍ଗିଯିବା ଘଟଣା ସମସ୍ତଙ୍କୁ କ୍ଷୁବ୍ଧ କରିଛି।

ଏହି ଘଟଣା ମୁତାବକ ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ମାଣତିରା ଗ୍ରାମରେ ଏହି ବିବାହର ଆୟୋଜନ କରାଯାଇଥିଲା। କୋଭିଡ଼ ନିୟମକୁ ଆଖି ଆଗରେ ରଖି କନ୍ୟା ପକ୍ଷରୁ ୨୦ ରୁ ୨୫ ଜଣଙ୍କ ପାଇଁ ଭୋଜିରେ ଆୟୋଜନ କରାଯାଇଥିଲା। କିନ୍ତୁ କେନ୍ଦୁଝର ଜିଲ୍ଲା ରେବଣାପଳାଶପାଳରୁ ବର ପକ୍ଷରୁ ପ୍ରାୟ ୫୦ ଜଣ ବରଯାତ୍ରୀ ସେଠାରେ ପହଞ୍ଚିଥିଲେ।

ସବୁକିଛି ଠିକ ଠାକ ଚାଲିଥିବା ବେଳେ ହଠାତ ଭୋଜିରେ ଖାସି ମାଂସ କହିବାକୁ ବରପକ୍ଷ ଜିଦ୍ ଧରି ବସିଥିଲେ। ଏହି ସାମାନ୍ୟ କଥାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା ଯାହାଫଳରେ ବରପକ୍ଷ ଏହି ବାହାଘର ଭାଙ୍ଗି କୁହିକା ପଞ୍ଚାୟତ ଗନ୍ଧାପାଳ ଗ୍ରାମରେ ବରର ବନ୍ଧୁଘରେ ଆଶ୍ରୟ ନେଇଥିଲେ। 

ଏହି ଘଟଣା ଘଟିବା ପରଦିନ ଉକ୍ତ ବର ଟମକା ଥାନା ଫୁଲଝର ଅଞ୍ଚଳର ଜଣେ କନ୍ୟାକୁ ସେ ବିବାହ କରିଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ମଙ୍ଗୁଳା କନ୍ୟାଙ୍କୁ ମଧ୍ୟ ଅନ୍ୟତ୍ର ବିବାହ କରାଇବା ପାଇଁ ପରିବାର ଲୋକେ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି। ଏନେଇ ସୁକିନ୍ଦା ଥାନାରେ କୌଣସି ଅଭିଯୋଗ ହୋଇନଥିଲେ ମଧ୍ୟ ଘଟଣାଟି ପ୍ରଘଟ ହେବାପରେ ଏହା ଅନେକଙ୍କୁ କ୍ଷୁବ୍ଧ କରିଛି।