ଶ୍ୱଶୁରଙ୍କୁ ବିବାହ କରିବାକୁ ଜିଦ୍ ଧରି ବସିଛି ଚାକିରୀଆ ବିଧବା ବୋହୂ, କାରଣ ଜାଣିଲେ ତାଯୁବ ହେବେ ଆପଣ

 

ଶ୍ୱଶୁରଙ୍କୁ ବିବାହ କରିବା ପାଇଁ ଜିଦ୍ ଧରି ବସିଲା ଚାକିରିଆ ବୋହୂ। ଅନୁଗୁଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ଡୁମୁଗୁଳା ଗାଁରେ ଘଟିଛି ଏହିପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି।

ଖବର ଅନୁଯାଇ ତାଳଚେର ଅଧିନସ୍ଥ ଏନଟିପିସି ରେଲୱେ ଲାଇନ ଜମି ଅଧିଗ୍ରହଣ ସମୟରେ ସ୍କଟଲାଣ୍ଡପୁରର ବସିନ୍ଧା ପରଦେଶୀ ଗୋଚ୍ଛାୟତ ନିଜର ଜମି ହରାଇଥିଲେ। ତେଣୁ ତାଙ୍କ ବଡ଼ ପୁଅ ନିଲୁ ଗୋଚ୍ଛାୟତଙ୍କୁ ଏନଟିପିସିରେ ଚାକିରୀ ମିଳିଥିଲା। ଦୁର୍ଭାଗ୍ୟବଶତଃ ନିଳୁଙ୍କର ଦେହାନ୍ତ ହୋଇଯାଇଥିଲା। ତାଙ୍କ ଦେହାନ୍ତ ପରେ ପରଦେଶୀଙ୍କ ବୋହୂଙ୍କୁ ଚାକିରୀ ମିଳିଥିଲା।

କିନ୍ତୁ, ଚାକିରୀ ପାଇବା ପରେ ବୋହୂ ଶ୍ୱଶୁର ଘର ଛାଡ଼ି ବାପଘରକୁ ଚାଲି ଆସିଥିଲା ଏବଂ ଶାଶୂ ଶ୍ୱଶୁରଙ୍କ ସହିତ କୌଣସି ସମ୍ପର୍କ ରଖିନଥିଲା। ଏହି ଘଟଣାର ସମାଧାନ ଉଦେଶ୍ୟରେ ବୋହୂ ବାପଘର ତୁମୁଗୁଳାରେ ଏକ ସଭା ବସିଥିଲା। ସେଠାରେ ଭଦ୍ରଲୋକଙ୍କ ଆଗରେ ବୋହୂ ନିଜ ଶ୍ୱଶୁରଙ୍କୁ ବିବାହ କରି ଶାଶୂଘରକୁ ଯିବେ ବୋଲି ଜିଦ୍ ଧରିଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଏହି କଥାକୁ ନିନ୍ଦା କରିବା ସହ ସେଠାରୁ ଉଠି ପଳାଇଥିଲେ ଫଳରେ ସମସ୍ୟାର କୌଣସି ସମାଧାନ ହୋଇ ପାରିନଥିଲା।