ଦେଖନ୍ତୁ ଭିଡିଓ: ରାଜଧାନୀ ରାସ୍ତାର କଳା ଦୃଶ୍ୟ, ଅନ୍ଧାର ରାସ୍ତାରେ ଚାଲୁଛି ଆଦିମ କାରବାର

 
 ରାଜଧାନୀ ରାସ୍ତାର କଳା ଦୃଶ୍ୟ । ଲୋକଙ୍କୁ ନା ଅଛି ପୋଲିସ୍ ର ଭୟ ନା ପୋଲିସ୍ କୁ ଅଛି ଅପରାଧର ଚିନ୍ତା । ସମସ୍ତେ ଏଠି ପାଲଟିଛନ୍ତି ନିଜ ମନର ରାଜା । କେବେ ଏଠି ଦାଦାଗିରି ଚାଲୁଛି ତ କେବେ ସେକ୍ସ୍ ରାକେଟ୍ । କେବେ ହୋଟେଲ୍ ର ବନ୍ଦ୍ କୋଠରୀ ରେ ଚାଲିଛି କାରବାର ତ ପୁଣି କେବେ ରାଜଧାନୀ ରାସ୍ତାରେ । 

ନିକଟରେ ରାଜଧାନୀ ପିଏମ୍ ଜି ଛକର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦେଖିବାକୁ ମିଳିଥିଲା ରାସ୍ତା ଉପରେ ଗରାଖ ଖୋଜୁଛନ୍ତି ଯୁବତୀ । କେବେ ଇଶାରା ଦେଉଛନ୍ତି ତ କେବେ ସିଧା ସିଧା ହୋଟେଲ୍ ଯିବାକୁ କହୁଛନ୍ତି ।

ଆପଣ ବି ଭିଡିଓଟିକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ କିପରି ତାହା ପୁଣି ରାଜଧାନୀର ରାଜ ରାସ୍ତାରେ ଏପରି ଖୁଲମ୍ ଖୁଲା କାମ କରିବାକୁ ସାହାସ କରୁଛନ୍ତି ଏମାନେ । 

ରାଜଧାନୀରେ କଣ ପୋଲିସ୍ ପେଟ୍ରୋଲିଂ ବନ୍ଦ୍ ହୋଇ ଗଲାଣି ନା ପୋଲିସ୍ ର ବି ଏଥିରେ ରହିଛି କମିଶନ୍ । ଯେଉଁଥି ପାଇଁ ସବୁ ଜାଣି ବି ଅଣଦେଖା କରୁଛି କି ପୋଲିସ୍ । ଏମିତି ଗୋଟିଏ ନୁହେଁ ଏମିତି ବାରମ୍ବାର ରାଜଧାନୀକୁ ନେଇ ବିଭିନ୍ନ ଅପରାଧ ଆସୁଛି ଆଖି ସାମ୍ନାକୁ ।

<a href=https://youtube.com/embed/Qvm-nY5VZos?autoplay=1&mute=1><img src=https://img.youtube.com/vi/Qvm-nY5VZos/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏହା ଉପରେ କେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉଛି ତାହା ତ ଆମେ ଜାଣୁନା ହେଲେ ଆଶା କରୁଛୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଲେ ଆଗକୁ ଭୁଲ୍ କରିବା ପୂର୍ବରୁ ଲୋକେ ଭୟ କରିବେ ଆଇନ୍ କୁ ।