ଶୁଣନ୍ତୁ ଅଡିଓ: ୫୬ ବର୍ଷରେ ବି ବିଜେଡି ନେତାଙ୍କୁ ଘାରିଛି ପ୍ରେମ ନିଶା, ସଭାନେତ୍ରୀଙ୍କୁ ପ୍ରପୋଜ କଲେ କହିଲେ- I Love You

 

ବିଜେଡି ବ୍ଲକ ସଭାନେତ୍ରୀ ଙ୍କୁ ପ୍ରପୋଜ କଲେ ବିଜେଡ଼ି ସଭାପତି। ଯାହାର କଲ ରେକର୍ଡିଂ ଏବେ ଭାଇରାଲ ହେବାରେ ଲାଗିଛି। ଥରେ ନୁହେଁ ବରଂ ବାରମ୍ବାର ଶୁଣିବାକୁ ମିଳିଥିଲା i love you ଶବ୍ଦଟି। ନା କଥାରେ ଅଛି ଶାଳୀନତା ନା ମନରେ ଅଛି କାହାକୁ ଭୟ।

ରେକର୍ଡ଼ିଂଟି ଭାଇରାଲ ହେବା ପରେ ନେତାଜୀ ସଫା ସଫା ମନା କରିଦେଇଛନ୍ତି ଯେ ଭଏସ ଟି ତାଙ୍କର ନୁହେଁ ବୋଲି। ଉକ୍ତ ମହିଳା ଜଣକ ମଧ୍ୟ ଅଭିଯୋଗ କରିଛନ୍ତି ଥାନାରେ। ମହିଳା ଜଣକ କହିଛନ୍ତି ଯେତେବେଳେ ଦଳର ନାରୀମାନେ ସୁରକ୍ଷିତ ନାହାଁନ୍ତି ସେତେବେଳେ ଅନ୍ୟ ନାରୀ ମାନେ କିପରି ସୁରକ୍ଷିତ ରହିବେ। ରେକର୍ଡ଼ିଂ ରେ ନେତା ଜଣକ ପୋଲିସ ଥାନାକୁ ନିଜର ବୋଲି ଜଣାଉଛନ୍ତି।
ତାଙ୍କ କଥାରୁ ଲାଗୁଛି ଯେପରି ଆଇନ୍ ବ୍ୟବସ୍ଥା ତାଙ୍କ ହାତର ଖେଳ।
ହଁ ହୋଇଥାଇପାରେ। ଶାସକ ଦଳରେ ଦୀର୍ଘ ଦିନ ଯେହେତୁ ରହି ଆସିଲେଣୀ କିଛି ବି ସମ୍ଭବ ତାଙ୍କ ପାଖରେ। ସଭାପତି କହିଛନ୍ତି ମୋତେ ୫୬ ତୋତେ ୪୦ ମୁ i love you କହୁଛି ତୋତେ ବାହା ହେବି ନା କଣ? ଏ କିପରି ସଭ୍ୟ ଭାଷା ଆମେ ତ ବୁଝି ପାରୁ ନା ହୁଁ। ହେଲେ ଆଶା କରୁଛୁ ଆପଣ ମାନେ ବୁଝି ପାରୁ ଥିବେ କାଳେ।
<a href=https://youtube.com/embed/OpeAZr6r1uQ?autoplay=1&mute=1><img src=https://img.youtube.com/vi/OpeAZr6r1uQ/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">
ଏପରି ଅନେକ ଥର ଅନେକ ନେତାଙ୍କ ଭିଡିଓ ତା କେବେ ଅଡିଓ ଭାଇରା ଲ ହେଇଛି। ହେଲେ କେତେ ନିରପେକ୍ଷ ସନ୍ଧାନ କରାଯାଉଛି ତାହା ଆପଣ ମାନେ ବି ଜାଣିଥିବେ।ତେଣୁ ଗଣତନ୍ତ୍ରର ନାଗରିକ ଭାବେ ନିଜର ପ୍ରତିନିଧି ଚୟନ ବେଳେ ବୁଝି ବିଚାରି ଚୟନ କରନ୍ତୁ।