ଦେଖନ୍ତୁ ଭିଡିଓ: ଅନୁଭବଙ୍କୁ ନେଇ ଏମିତି କହିଲେ ବିଦୁସ୍ମିତା, ବିଜେପିରେ ଏକାଠି ରହିବୁ, ବେଷ୍ଟଫ୍ରେଣ୍ଡ୍ ହେବୁନି

 

ରାଜନୀତିର ଖେଳ । ଏଠି କିଏ କାହାର ଶତ୍ରୁ ଆଉ କିଏ କାହାର ମିତ୍ର କହିବା ବଡ କଷ୍ଟ । ଆଜି ସକାଳେ ଯିଏ ଯାହାର ନିନ୍ଦା କରୁଥିବ ସେ ଗୋଟିଏ ଦଳରେ ମିଶିଯିବା ପରେ ନିଜ ନିଜର ପରମ ମିତ୍ର ପାଲଟି ଯାଉଛନ୍ତି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଏଭଳି କିଛି ଦେଖିବାକୁ ମିଳିଛି ଅନୁଭବ ମହାନ୍ତି ଓ ବିଦୁସ୍ମିତାଙ୍କ କ୍ଷେତ୍ରରେ । କାଲି ସକାଳେ ବିଦୁସ୍ମିତା ଅନୁଭବଙ୍କର ନିନ୍ଦା କରିବାରେ ଲାଗିଥିଲେ । ହେଲେ ଆଜି ଦଳରେ ମିଶିବା ପରେ ପୁଣି ତାଙ୍କର ପ୍ରଶଂସାରେ ବିଦୁସ୍ମିତା ।

ଆପଣ ମାନେ ବି ସୋସିଆଲ ମିଡିଆରେ ଦେଖିଥିବେ ବିଦୁସ୍ମିତା ଅନୁଭବଙ୍କର ଚରିତ୍ରକୁ ନେଇ ବାରମ୍ବାର ପ୍ରଶ୍ନ ଉଠାଇଛନ୍ତି । ସେ ବର୍ଷାଙ୍କୁ ସମର୍ଥନ ବି କରିଛନ୍ତି ଏବଂ ଅନୁଭବ ଜଣେ ଭଲ ପ୍ରକୃତିର ମଣିଷ ନୁହଁନ୍ତି ବୋଲି ମଧ୍ୟ ସ୍ପଷ୍ଟ କହିଛନ୍ତି ।

ହେଲେ ଆଜି ଯେତେବେଳେ ବିଜୁ ଜନତା ଦଳରୁ ଅନୁଭବ ଭାରତୀୟ ଜନତା ପାର୍ଟି ରେ ମିଶିଛନ୍ତି ସେତେବେଳେ ବିଦୁସ୍ମିତା ତାଙ୍କୁ ସ୍ଵାଗତ ଜଣାଇଛନ୍ତି  ଏବଂ ହଠାତ୍ ବର୍ଷାଙ୍କ ବିରୋଧୀ ହୋଇ ଯାଇଛନ୍ତି ସେ ।

ବିଜେଡି ଏଥର ଅନୁଭବଙ୍କୁ ଏଥର ଟିକେଟ ଦେଇ ନ ଥିଲା ଏବଂ ବହୁ ଅଣଦେଖା ମଧ୍ୟ କରିଥିଲା । ଯାହା ଫଳରେ ସେ ବିଜେପିରେ ମିଶିଥିଲେ । ଏପଟେ ବିଜେପିର ଏକ ପୂର୍ବ କର୍ମକର୍ତ୍ତା ହେଉଛନ୍ତି ବିଦୁସ୍ମିତା । ଅନୁଭବଙ୍କୁ ଟିକେଟ ନ ଦେଇ ବର୍ଶାଙ୍କୁ ଟିକେଟ ଦେଇଛି ବିଜେଡି । ଯାହା ଏକ ବଡ ନିରାଶ ପାଲଟିଛି ଅନୁଭବଙ୍କ ପାଇଁ ।

<a href=https://youtube.com/embed/XoJKxBrkpx0?autoplay=1&mute=1><img src=https://img.youtube.com/vi/XoJKxBrkpx0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ବିଦୁସ୍ମିତା ବିଜେପିର ଏକ ପୂର୍ବ କର୍ମକର୍ତ୍ତା ହୋଇ ଥିବାରୁ ଅନୁଭଙ୍କ ଏଣ୍ଟ୍ରି ନେଇ ବିଦୁସ୍ମିତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ଯେଉଁଥିରେ ସେ ଅତି ସରଳରେ କହିଥିଲେ ମୁଁ ପୂର୍ବରୁ ଅନୁଭବଙ୍କୁ ନେଇ ଯାହା କିଛି କହିଛି ତାହା ମୋର ବ୍ୟକ୍ତିଗତ ମତ । ହେଲେ ଦଳରେ ମୁ ତାଙ୍କୁ ସ୍ଵାଗତ କରୁଛି ଏବଂ ଆମେ ଦୁହେଁ ଭଲ ବନ୍ଧୁ ଭାବେ ଦଳରେ କାମ କରିବୁ ।