ବିଚ୍ ରାସ୍ତାରେ ଅଧ୍ୟାପକ ସ୍ୱାମୀକୁ ପଶୁଭଳି ଚପଲରେ ପିଟି ଚାଲିଲା ସ୍ତ୍ରୀ, କାରଣ ଆଶ୍ଚର୍ଯ୍ୟ କରିଦେବ ଦେଖନ୍ତୁ ଭିଡିଓ
ରାସ୍ତା ଉପରେ ସ୍ୱାମୀ ସ୍ତ୍ରୀଙ୍କ ହାଇ ଡ୍ରାମା ସହ ମାରପିଟ୍। ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ ସ୍ୱାମୀକୁ ଚପଲରେ ମାଡ଼ ଉପରେ ମାଡ଼ ମାରି ଚାଲିଲା ସ୍ତ୍ରୀ। ଖାଲି ମାଡ଼ ନୁହେଁ ସ୍ୱାମୀକୁ ଅତି ଅଶ୍ଲୀଳ ଭାଷାରେ ଗାଳି ମଧ୍ୟ କରୁଥାଏ ସ୍ତ୍ରୀ। ଏପରି ଭୟଙ୍କର ହାଇଡ୍ରାମା ଦେଖିବାକୁ ମିଳିଥିଲା ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ। ସ୍ୱାମୀର ପରକୀୟା ପ୍ରୀତିକୁ ନେଇ ବିଚ୍ ରାସ୍ତାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଚାଲିଥିଲା ମାରପିଟ୍। ଦେଖନ୍ତୁ ଭିଡିଓ-
ଏହି ଘଟଣା ଏତେ ବଢି ଯାଇଥିଲା ଲୋକେ ଦୁଇ ଜଣଙ୍କୁ ଛଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ କିଛି ଫଳ ହୋଇନଥିଲା। ଶେଷରେ ଟାଉନ ପୋଲିସ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ ଥାନାକୁ ନେଇ ଯାଇଥିଲେ। ସୂଚନାରୁ ପ୍ରକାଶ ଯେ ମାଡ଼ ଖାଉଥିବା ବ୍ୟକ୍ତି ଜଣକ ସମ୍ବଲପୁର ହୀରାକୁଦ କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଅକ୍ଷୟ ସୁତାର। ଯିଏକି ୨୦୦୬ ମସିହାରେ ପ୍ରାଚୀପଦ୍ମା ପଣ୍ଡାଙ୍କୁ ବିବାହ କରିଥିଲେ।
ହେଲେ ଅକ୍ଷୟଙ୍କ ଅନ୍ଯ ମହିଳାଙ୍କ ସହ ବି ଅନୈତିକ ସମ୍ପର୍କ ରହିଥିବା କାରଣ ଯୋଗୁଁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବାରମ୍ବାର ଗଣ୍ଡଗୋଳ ହେଉଥିଲା। କିଛିଦିନ ହେଲାଣି ଅକ୍ଷୟ ତାଙ୍କ ଘରକୁ ଆଉ ଯାଉନଥିଲେ। ତାଙ୍କ ସ୍ତ୍ରୀ ଖୋଜି ଖୋଜି ଆଜି ଜିଲ୍ଲାପାଳଙ୍କ କାର୍ଯ୍ଯଳୟ ସମ୍ମୁଖରେ ତାଙ୍କୁ ପାଇବା ପରେ ଆରମ୍ଭ ହୋଇଥିଲା ମହାନାଟକ। ପରେ ଏହି ଝଗଡା ଉଗ୍ରରୂପ ନେଇଥିଲା। ଏହାପରେ ମହିଳା ଜଣକ ଅଧ୍ୟାପକଙ୍କୁ ପ୍ରଚଣ୍ଡ ମାଡ଼ ମାରିବା ସହିତ ବ୍ଯକ୍ତିଙ୍କ କାରନାମା ବିଷୟରେ ଲୋକଙ୍କୁ ରଡି କରି କହିଥିଲେ। ଅନ୍ୟପଟେ ଅକ୍ଷୟଙ୍କ କହିବାନୁସାରେ ମହିଳା ଜଣକ ତାଙ୍କୁ ଫସାଇ ବାହା ହୋଇଥିଲେ।