ସେକ୍ସ ସହର ପାଲଟିଛି ଭୁବନେଶ୍ବର, ଘରେ 4 ଯୁବତୀଙ୍କୁ ରଖି ରାଣୀ ମହୁମାଛି କରୁଥିଲା ବେପାର, ଜାଣନ୍ତୁ ପୁରା ଘଟଣା

 

କିଛି ଦିନ ତଳେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ସନ୍ଦେହଜନକ ଭାବେ ନାବାଳିକା ଉଦ୍ଧାର ଘଟଣାରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଗିରଫ କରିଥିଲା ପୋଲିସ। ନାବାଳିକାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନଙ୍କ ରିପୋର୍ଟ ପରେ ଏବେ ଦ୍ବୈତନଗରୀରେ ବାଂଲଦେଶୀ ସେକ୍ସ ରାକଟେକୁ ନେଇ ଚର୍ଚ୍ଚା ଜୋର ଧରିଛି। 

ନାବାଳିକାଙ୍କ ବୟାନ ଆଧାରର CWC ଯେଉଁ ରିପୋର୍ଟ ପ୍ରସ୍ତୁତ କରିଛି, ଯାହାକୁ ନେଇ ବର୍ତ୍ତମାନ ଚାଞ୍ଚଲ୍ୟ ଖେଳିଛି। ତେବେ ଏହାରି ଭିତରେ ପୁଣି ଏକ ଖବର ସମ୍ନାକୁ ଆସିଛି, ସେକ୍ସ କାରବାର ପାଇଁ ଟ୍ୱିନ ସିଟିକୁ କବଜା କଲେଣି ବାଂଲାଦେଶୀ। ଖଣ୍ଡଗିରିରୁ ପୁଣି ଠାବ ହେଲା ରାକେଟ। ରାଜଧାନୀରେ ଚାଲିଥିଲା ସେକ୍ସ ରାକେଟ୍। ଭୁବନେଶ୍ୱର ଖଣ୍ଡଗିରି ଥାନା ମଧୁସୂଦନ ନଗର ଅଞ୍ଚଳରେ ସେକ୍ସ୍ ରାକେଟ ଠାବ ହୋଇଛି। ୪ ଯୁବତୀଙ୍କୁ ଉଠାଇ ନେଲା ଖଣ୍ଡଗିରି ଥାନା ପୋଲିସ। 

ସୂଚନାଥାଉକି, ଖଣ୍ଡଗିରି ଥାନା ଅନ୍ତର୍ଗତ ଏକ ଭଡା ଘରେ ସେକ୍ସ ରାକେଟ୍ ଚାଲିଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ଏହାପରେ ପୋଲିସ ଉକ୍ତ ଭଡା ଘରେ ଚଢାଉ କରିଥିଲା। ଚଢାଉ ବେଳେ ୪ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ଯୁବତୀମାନେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଛି। ଚଢାଉ ବେଳେ ବହୁ ଆପତ୍ତିଜନକ ସାମଗ୍ରୀ ଏବଂ ଏକ ବାଇକ୍ ଜବତ ହୋଇଛି। 

ଏହି ବାଇକ୍‌ଟି କୌଣସି ଗ୍ରାହକ କିମ୍ଵା ଦଲାଲଙ୍କର ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଉକ୍ତ ଯୁବତୀଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି। ଏହି ରାକେଟ୍‌ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପୋଲିସ ଖୋଳତାଡ଼ କରୁଛି। ନୟାଗଡ଼ର ଜଣେ ରାଣୀ ମହୁମାଛିଙ୍କ ଜରିଆରେ ଏହି କାରବାର ଚାଲିଥିବା ପୁଲିସ ଜାଣିବାକୁ ପାଇଛି। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି।