ଦେଖନ୍ତୁ ଭିଡିଓ: ଝିଅର ପ୍ରେମିକ ସହ ଷଡଯନ୍ତ୍ର ହତ୍ୟା ପରେ ମୁହଁ ଖୋଲିଲେ ନିହାରିକାଙ୍କ ମା', କହୁ କହୁ କହିଦେଲେ ବହୁତ୍ କିଛି

 

ଭୁବନେଶ୍ବର ତ୍ରିକୋଣୀୟ ପ୍ରେମରୁ ସାଙ୍ଗକୁ ହତ୍ୟା ଘଟଣାର ପର୍ଦ୍ଦାଫାସ। ହତ୍ୟାକାଣ୍ଡ ଘଟଣାରେ ପ୍ରେମୀ ଯୁଗଳଙ୍କୁ ଗିରଫ କରିଛି ଲଷ୍ମୀସାଗର ଥାନା ପୋଲିସ। ଗିରଫ ପ୍ରେମୀ ଯୁଗଳ ହେଉଛନ୍ତି କାହ୍ନା ପ୍ରଧାନ ଓରଫ ପିଙ୍କୁ ଓ ନିହାରିକା। ତେବେ ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ହେଉଛି ନିହାରୀକା। ଆଉ ନିହାରୀକା ହିଁ ଆଙ୍କିଥିଲା ମର୍ଡରର ନକ୍ସା। ପୁରୁଣା ପ୍ରେମିକ ଗୌତମକୁ ଡାକି ହତ୍ୟା କରିବାକୁ ଯୋଜନା କରିଥିଲା। ହେଲେ ବଳି ପଡ଼ିଯାଇଥିଲା ଗୌତମର ସାଙ୍ଗ ଅଞ୍ଜନ।

ହତ୍ୟାକାଣ୍ଡ ସମୟରେ ନିହାରିକା ଆଉ ୪ ଜଣ ଯୁବକଙ୍କୁ ସାଥିରେ ନେଇ ଘଟଣାସ୍ଥଳରେ ରହିଥିଲା । ତେବେ ହତ୍ୟା ସମୟରେ ଉପସ୍ଥିତ ଥିବା ଅନ୍ୟ ୪ ଜଣ ଏବେବି ଫେରାର ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ଲକ୍ଷ୍ମୀସାଗର ଥାନା ପୋଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ କରାଯାଇଛି । ଅପରାଧିମାନଙ୍କୁ ଖୁବ୍ଶୀଘ୍ର ଧରାଯିବ ବୋଲି ଭୁବନେଶ୍ବର ଡିସିପି କହିଛନ୍ତି । 

ଅନ୍ୟ ପଟେ ଅଭିଯୁକ୍ତ ନିହରିକାର ମା ସାମ୍ନାକୁ ଆସି ପ୍ରତିକ୍ରିୟା ଦେଇଛନ୍ତି। “ମା କାନ୍ଦି କାନ୍ଦି କହିଛନ୍ତି ମୋ ଝିଅ ଏଭଳି କାମ କରିଛି ସେ ଯଦି ଦୋଷୀ ସାବ୍ୟସ୍ତ ହୁଏ ତାକୁ ଫାଶୀ ଦିଆଯାଉ। ଆମ ମୁହଁରେ କଳା ବୋଳି ଦେଲା। ତା ସହ ଯେଉଁ ମାନେ ଅଛନ୍ତି ଯିଏ ସବୁ ମୋ ଝିଅକୁ ଫସାଇଛନ୍ତି ସମସ୍ତଙ୍କୁ ଦଣ୍ଡ ମିଳୁ।” ନିହାରିକାକୁ ଫସାଇ ଦିଆଯାଇଥିବା ତାଙ୍କ ଅଭିଯୋଗ କରିଛନ୍ତି।

ଖବର ମୁତାବକ ନିହାରିକା ସହ କାହ୍ନା ଓ ଗୌତମ ସାହୁ ନାମକ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଥିଲା। ତେଣୁ ପୂର୍ବରୁ କାହ୍ନା ଏବଂ ଗୌତମଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ପୂର୍ବ ଯୋଜନା ମୁତାବକ ନିହାରିକା ଏବଂ କାହ୍ନା ଗୌତମକୁ ରାସ୍ତାରୁ ହଟାଇବା ପାଇଁ ଚାହୁଁଥିଲେ । ଗତ ୧୬ ତାରିଖ ଶୁକ୍ରବାର ବିଳମ୍ବିତ ରାତିରେ ଅଞ୍ଜନ ବେହେରା ଏବଂ ତାଙ୍କ ସାଙ୍ଗ ଗୌତମ ସାହୁ ଜଟଣି ଅଞ୍ଚଳରୁ ଏକ ବିବାହର ଇଭେଣ୍ଟ କାମ ଶେଷ କରି ରାତି ସାଢ଼େ ଗୋଟାଏ ବେଳେ ଫେରିଥିଲେ । ସେଠାରୁ ଫେରିବା ପରେ ଲକ୍ଷ୍ମୀସାଗର ଥାନା ନିକଟସ୍ଥ ହୋଟେଲ ସ୍ୱାଗତମ୍ ଆଗରେ ଠିଆ ହୋଇ କଥାବାର୍ତ୍ତା ହେଉଥିଲେ । 

ପୂର୍ବ ଯୋଜନା ମୁତାବକ ଅଭିଯୁକ୍ତ କାହ୍ନା, ତା' ପ୍ରେମିକା ନିହାରିକା ଏବଂ ଅନ୍ୟ ୪ ଜଣଙ୍କ ସେଠାରେ ଆସି ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରେ କିଛି ସମୟ କଥା କଟାକଟି ହୋଇଥିଲା । ସେଥିରେ କାହ୍ନା ରାଗିଯାଇ ତା' ବାଇକରେ ଥିବା ଗୋଟିଏ ଧାରୁଆ ଖଣ୍ଡା କାଢ଼ି ଗୌତମକୁ ଅକ୍ରମଣ କରିବାକୁ ଉଦ୍ୟମ କରିବା ବେଳେ ଗୌତମ ସେଠାରୁ ପ୍ରଣ ବଞ୍ଚାଇବା ପାଇଁ ଦୌଡ଼ି ଚାଲିଯାଇଥିଲା ।

<a href=https://youtube.com/embed/DqRNgs8s76M?autoplay=1&mute=1><img src=https://img.youtube.com/vi/DqRNgs8s76M/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ ସେହି କ୍ରୋଧରେ ଅଞ୍ଜନର ପଛପଟୁ ଆକ୍ରମଣ କରିଥିଲା କାହ୍ନା । ଫଳରେ ଅଞ୍ଜନ ରକ୍ତ ଜୁଡୁବୁଡୁ ହୋଇ ସେଠାରେ ତଳେ ପଡିଯାଇଥିଲା । ଏହାପରେ ସମସ୍ତେ ସେଠାରୁ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ପିସିଆରକୁ ଫୋନ କରିବା ପରେ ସେଠାରେ ପୁଲିସ ପହଞ୍ଚି ପରିବାର ଲୋକଙ୍କ ସହୟତାରେ ଅଞ୍ଜନକୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ହେଲେ ଅଧିକ ରକ୍ତଶ୍ରାବ ଯୋଗୁ ଅଞ୍ଜନର ହସ୍ପିଟାଲରେ ମୃତ୍ୟୁ ହୋଇଥିଲା ।