ରାତିରେ ନାଚି ଅଡିୟନ୍ସଙ୍କୁ ମତୁଆଲା କରିବା ପରେ କଣ ଘଟିଲା ସୁନ୍ଦରୀ ଯୁବତୀଙ୍କ ସହ, ଜାଣନ୍ତୁ ପୁରା ଘଟଣା

 

ରାଜଧାନୀରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ବାର୍ ଡ୍ୟାନ୍ସରଙ୍କ ମୃତ୍ୟୁ ! ବନ୍ଦ ଘର ଭିତରୁ ପୋଲିସ ଉଦ୍ଧାର କରିଛି ଡ୍ୟାନ୍ସରଙ୍କ ରକ୍ତାକ୍ତ ମୃତ ଦେହ । ଖବର ପାଇ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି ଥିଲା । ପୋଲିସ ସେଠାରୁ ଡ୍ୟାନ୍ସରଙ୍କ ମୃତ ଦେହ ସହିତ ତାଙ୍କ ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ।

ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

 Follow our WhatsApp channel and get all the Latest news

WhatsApp Channel (Join Now) Join Now

 ଜାଣନ୍ତୁ ପୁରା ଘଟଣା......

ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ଵରର ପାହାଳ ଥାନା ଅନ୍ତର୍ଗତ ଶିବଶକ୍ତି ଅଞ୍ଚଳରେ । ପାହାଳ ଥାନା ପୋଲିସ ଏହି ଅଞ୍ଚଳରୁ ଉଦ୍ଧାର କରିଛି ଯୁବତୀଙ୍କ ମୃତ ଦେହ । ଏହି ମୃତ ଯୁବତୀ ଜଣଙ୍କ ଏକ ବାର୍ ଡ୍ୟାନ୍ସର ବୋଲି ଜଣା ପଡ଼ିଛି ।

ସୁଚନା ଅନୁସାରେ, ମୃତ ଯୁବତୀ ଜଣଙ୍କ ଚଣ୍ଡିଗଡ ଅଞ୍ଚଳର । ସେ କିଛି ଦିନ ତଳେ କାମ ପାଇଁ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବରର ଏକ ବାର୍ ରେ ସେ ଡ୍ୟାନ୍ସର ଭାବେ କାମ କରୁଥିଲେ । 

ମାତ୍ର ବର୍ତ୍ତମାନ ପୋଲିସ ଡ୍ୟାନ୍ସର ରହୁଥିବା ବିଲ୍ଡିଂରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି । ତେବେ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ହତ୍ୟା କି ଆତ୍ମହତ୍ୟା ତାହା ଜଣା ପଡିନାହିଁ ।