ବବି ଦାସଙ୍କ ସରକାରୀ ବାସଭବନ ରୁ ବାହାରୁଚି ଏହି ସବୁ ଜିନିଷ, ସମସ୍ତେ ହେଲେ ତାଯୁବ

 

ଭଙ୍ଗା ଚାଲିଛି ଭୁବନେଶ୍ବରରେ ଥିବା ବିଜେଡି ସାଂଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ। କୁହାଯାଉଛି, ଘରେ ରହିଥିଲା ବିଳାସମୟ କୋଠା। ଏପରିକି ପ୍ରଣବ ପ୍ରକାଶ ଦାସ ଏଠାରେ ଅଣ୍ଡରଗ୍ରାଉଣ୍ଡ ଘର ବି କୁଆଡେ ତୋଳିଥିଲେ। 

ତେବେ ବିଜେଡି କ୍ଷମତାରୁ ବିଦା ହେବା ପରଠୁ ଗତ ୧୫ଦିନ ହେଲା ଘର ଭଙ୍ଗା ଯାଉଥିବା ଜଣାପଡିଛି। ବବି ଦାସଙ୍କ ସରକାରୀ ବାସଭବନ ଭିତରେ ଥିଲା ଆଲିସାନ୍ ବଙ୍ଗଲା। ତିନି ମହଲା କୋଠା, ଅଣ୍ଡର ଗ୍ରାଉଣ୍ଡ ଘର, ସୁଇମିଂ ପୁଲ୍ ସାଙ୍ଗକୁ ରୁଫ୍ ଟଫ୍ କଟେଜ ବି ନିର୍ମାଣ କରାଯାଇଥିବା ଚର୍ଚ୍ଚା ହେଉଛି। 

ମୂଲ୍ୟବାନ କାଠ ଓ କାଚରେ କୋଠାର ଭିତର ପାଖକୁ ସଜ୍ଜିତ କରାଯାଇଥିଲା । ଏପରିକି ଘରେ ଲାଗିଥିବା ବିଭିନ୍ନ ଘରସଜ୍ଜା ସାମଗ୍ରୀ ବିଦେଶରୁ ବି ଅଣାଯାଇଥିବା କୁହାଯାଉଛି। ସେହିପରି ସରକାରୀ ବାସଭବନ ଭିତରେ ଗାର୍ଡେନ୍ ପାଇଁ ବି ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିବା ଚର୍ଚ୍ଚା ହେଉଛି। 

ଏପରିକି ଗାର୍ଡେନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ହ୍ବାଇଟ୍ ଲିଲି ବି ଲଗାଯାଇଥିବା କୁହାଯାଉଛି। ୨୫ରୁ ଅଧିକ ଗାଡିର ପାର୍କିଂ ପାଇଁ ବି ବ୍ୟବସ୍ଥା କରାଯାଇଥିଲା। ୨୦୧୯ ଜୁନ୍ ୧୬ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଭିଆଇଆଇଆଇ-ଏମଆର- ଏ କ୍ବାର୍ଟରକୁ ପ୍ରଣବଙ୍କୁ ଆବଣ୍ଟନ କରିଥିଲା। ତେବେ ସରକାରଙ୍କ ବିନା ଅନୁମତିରେ କୌଣସି ଭଙ୍ଗାଗଢା କାମ ନକରିବାକୁ ଚିଠିରେ ଉଲ୍ଲେଖ ରହିଥିଲା । 

କ୍ବାର୍ଟର୍ସ ମରାମତି ପାଇଁ ୨୦୧୯-୨୦ ଓ ୨୦୨୦-୨୧ରେ ୯ଲକ୍ଷରୁ ଅଧିକ ଟଙ୍କା ସରକାରୀ ତହବିଲରୁ ଖର୍ଚ୍ଚ ହୋଇଥିଲା। ବିଶେଷଜ୍ଞଙ୍କ ମତରେ ଜଣେ ବିଧାୟକ ଯେଉଁ ସ୍ଥିତିରେ ନେଇଥିଲେ ସେଇ ସ୍ଥିତିରେ ଫେରାଇବେ ବାସଭବନ। ମରାମତି ପାଇଁ ଅନୁମତି ନେଇଥିଲେ ବି ଏହାକୁ ଭାଙ୍ଗି ପାରିବେ ନାହିଁ, କାରଣ ଏଥିରେ ସରକାରୀ ଅର୍ଥ ବିନିଯୋଗ ହୋଇଥାଏ।