ସାମ୍ନାକୁ ଆସିଲା ବାବାଙ୍କ ବଡ଼ ରହସ୍ୟ, ବାବାଙ୍କୁ ଗାଧୋଇ ଦେଉଥିଲେ ମାଳମାଳ ସୁନ୍ଦରୀ ଯୁବତୀ, ରାତିରେ ଝିଅଙ୍କ ସହ...
ଗତ କିଛିଦିନ ଧରି ଜଣେ ନାବାଳକଙ୍କ କଳକୀ ଅବତାରକୁ ନେଇ ରାଜଧାନୀ ଭୁବନେଶ୍ୱରରେ ବେଶ୍ ଚର୍ଚ୍ଚା ଚାଲିଛି । ରାଜଧାନୀର ଖଣ୍ଡଗିରିରେ ସରକାରୀ ଜମିରେ ରହିଥିବା ଶ୍ରୀ ବୈକୁଣ୍ଠ ଆଶ୍ରମକୁ ନେଇ ଏବେ ଅନେକ ଗୁମର ଖୋଲିବାରେ ଲାଗିଛି । ଜଣେ ନାବାଳକଙ୍କୁ ଭଗବାନଙ୍କ ଆଖ୍ୟା ଦିଆଯିବା ସହ ପାଦ ତଳେ ଫୁଲ, ତୁଳସୀ ଦେଇ ପୂଜା କରାଯାଉଥିଲା ।
ତେବେ ଆତ୍ମଘୋଷିତ ବାବାଙ୍କ ଆସିଲା ନୂଆ ବିବାଦୀୟ ଫଟୋ। ଜଣେ ଯୁବତୀଙ୍କ ସହ ନଜର ଆସୁଛନ୍ତି ଯୁବ ବାବା। ଦାମି ଗାଡ଼ିରେ ଯୁବତୀଙ୍କୁ ଧରି ବୁଲୁଥିଲେ ବାବା। ପୂର୍ବରୁ ବାବାଙ୍କ ଦାମି ଗାଡ଼ିର ଫଟୋ ଆସିଥିଲା। ଏବେ ସେହି କୁନୀ କଳକୀ ଅବତାର ନେଇଥିବା ବାବାଙ୍କ ଆସିଛି ନୂଆ ଫଟୋ। ଆଉ ସେଠାରେ କେମିତି ଚାଲିଥିବା ପୂଜାର୍ଚ୍ଚନା ଏହାର ଭିଡିଓ ମଧ୍ୟ ଆସିଛି।
ଲୋକଙ୍କୁ ସମାଗମ କରି ଚାଲିଥିଲା ପୂଜାର୍ଚ୍ଚନା। ନିଜକୁ ଭଗବାନ କହି ଲୋକଙ୍କୁ ଭୂଆଁ ବୁଲାଉଥିବା ଏହି ବାବା ଯୁବତୀଙ୍କୁ ସାଥିରେ ନେଇ ବୁଲୁଥିଲେ। ଦାମୀ ଗାଡ଼ିରେ ଯୁବତୀଙ୍କୁ ନେଇ ମଉଜ କରୁଥିଲେ। ଏବେ ବାବାଙ୍କ ସେହି ଅସଲ ଫଟୋ ଆସିଛି। ଖଣ୍ଡଗିରିରେ ଥିବା ଏହି ଆଶ୍ରମ ସରକାରୀ ଜମିରେ ଛିଡା ହୋଇଥିବା ଜଣାପଡିଛି। ଶୂନ ଦଶମିକ ୧୪୦ ଡିସିମିଲ୍ ସରକାରୀ ଜମି ଅକ୍ତିଆର କରିଛି ଆଶ୍ରମ। ମାପଚୂପ ପରେ ମାଷ୍ଟରମାଇଣ୍ଡ ପାଣ୍ଡବ ପରିଡା ଫେରାର୍ ହୋଇଯାଇଛି।
ଖଣ୍ଡଗିରି ବାରି ଅଞ୍ଚଳରେ ରହୁଥିବା ଭଡା ଘରୁ ପତିପତ୍ନୀ ଫେରାର ହୋଇଯାଇଛନ୍ତି। ଆଶ୍ରମକୁ ଜଗି ରହିଛନ୍ତି ପୋଲିସ। ଖୁବଶୀଘ୍ର ଆଶ୍ରମ ଉଛେଦ କରିପାରେ ପ୍ରଶାସନ। ଗତକାଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଡିଏ ଏବଂ ଜିଏ ବିଭାଗ କରିଥିଲା ମାପଚୂପ। ଦୁଇଟି ପ୍ଳଟର ୦.୧୪୦ ଡିସିମିଲ୍ ସରକାରୀ ଜମିରେ ଆଶ୍ରମ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ବୈକୁଣ୍ଠ ଧାମରେ ତଦନ୍ତ କରାଯାଇଥିଲା । ଆଶ୍ରମରେ ତହସିଲ୍, ବିଡିଏ ଓ BMCର ମିଳିତ ୮ ଜଣିଆ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ସେପଟେ ବୈକୁଣ୍ଠ ଆଶ୍ରମ ନିକଟରେ ଆଉ ଏକ ତିନି ମହଲା ଘର ବି ଠାବ ହୋଇଛି । କୁହାଯାଉଛି ଏହି ଘରେ ବାହାରୁ ଆସୁଥିବା ଭକ୍ତ ଓ ଅନୁଗାମୀଙ୍କୁ ରଖାଯାଉଥିଲା। ବିଶେଷ ଭାବେ ବିଦେଶୀ ଭକ୍ତ ଏଠି ରହୁଥିଲେ ।