ମୋବାଇଲ୍ ଚାର୍ଜ ବସାଇଲା ବେଳେ ଫାଟିଲା MI ମୋବାଇଲ୍, ଜଳିଗଲା ଘରର ଅଧା ଜିନିଷ, ଜାଣନ୍ତୁ ପୁରା ଖବର

 

ଭଦ୍ରକ ଚାନ୍ଦବାଲିରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା । କାହାର ଜୀବନ ଯାଇନି ସତ ହେଲେ ଭୟଭୀତ ରହିଛି ପରିବେଶ । ଆପଣ ମୋବାଇଲ୍ କୁ ନେଇ ଘଟିଥିବା ଅନେକ ଦୁର୍ଘଟଣା କଥା ତ ଜାଣିଥିବେ । ଏହି ମୋବାଇଲ୍ ଅନେକ ଲୋକଙ୍କ ଜୀବନ ନେଇ ସାରିଲାଣି ।

ଏପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବାଲିଗାଁ ନିକଟରେ ଥିବା ଅମର ପ୍ରଧାନଙ୍କ ଘରେ । ସୂଚନା ମିଳିଛି ଯେ ଅମର ଓ ତାଙ୍କ ପତ୍ନୀ ସବୁଦିନ ରାତ୍ରିରେ ଶୋଇବା ସମୟରେ ମୋବାଇଲ୍ ଚାର୍ଜ ବସାଇ ଶୁଅନ୍ତି । ହେଲେ ସେଦିନ ହଠାତ୍ ଏକ ଶବ୍ଦ ଶୁଣିଥିଲେ ଦୁହେଁ । ସେ ନିଦରୁ ଚମକି ଉଠିଥିଲେ ସେଦିନ ।

ଏ ଶବ୍ଦ କିପରି ଓ କେଉଁଠୁ ଆସିଲା ଭାବିବା ବେଳକୁ ସ୍ତ୍ରୀଙ୍କର ନଜର ପଡିଥିଲା ମୋବାଇଲ୍ ଉପରେ । ମୋବାଇଲ୍ ଫାଟି ଝରକାର ସ୍କ୍ରିନ୍ ରେ ନିଆଁ ଲାଗିଯିବା ସହିତ କିଛି ଲୁଗାପଟାରେ ମଧ୍ୟ ନିଆଁ ଲାଗି ଯାଇଥିଲା ।

<a href=https://youtube.com/embed/TmqvJqiJPFs?autoplay=1&mute=1><img src=https://img.youtube.com/vi/TmqvJqiJPFs/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ପଡୋଶୀ ମାନଙ୍କ ସାହାଯ୍ୟରେ ସେ ନିଆଁ ଲିଭାଇ ଥିଲେ । ନିଆଁ ଲିଭାଇବା ସମୟରେ ଅମରଙ୍କ ହାତରେ ନିଆଁ ଲାଗି ଆଘାତ ସୃଷ୍ଟି ହୋଇଥିଲା ।

ଜଣା ପଡିଛି ଯେ ମୋବାଇଲ୍ ଟି ଏମଆଇ କମ୍ପାନିର ଥିଲା । ଏପରି ଘଟଣା ଘଟିବା ପରେ ଏବେ ସେହି ଅଞ୍ଚଳରେ ମୋବାଇଲ୍ କୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଛି ।