ଫୁଙ୍ଗୁଳା ଦେହରେ ନାଚରେ ମସଗୁଲ୍ ପୋଲିସ୍ ବାବୁ, ଭଡ଼ାଘରେ ଯୁବତୀକୁ କୁଣ୍ଢାଇ ଗାଲକୁ ଚୁମ୍ମା ଦେଇ ଚାଲିଛି ନାଚ, ଦେଖନ୍ତୁ ଭିଡ଼ିଓ

 

ଘରେ ସ୍ତ୍ରୀ ପିଲା ଛୁଆ ଥାଉ ଥାଉ ଭଡ଼ା ଘରେ ଅନ୍ୟ ମହିଳାଙ୍କ ସହ ଚାଲିଛି ରୋମାନ୍ସ। ଏହା କରୁଥିବା ବ୍ୟକ୍ତି ଜଣକ କୌଣସି ସାଧାରଣ ଲୋକ ନୁହେଁ ବରଂ ଆଇନ ଓ ଶୃଙ୍ଖଳାକୁ ରକ୍ଷା କରିବା ପାଇଁ କାର୍ଯ୍ୟରତ ଥିବା ଜଣେ ପୋଲିସ ଅଧିକାରୀ। ପୋଲିସ ବାବୁ ଜଣକ ଅଧା ପୁଙ୍ଗୁଳା ଦେହରେ ରୋମାଣ୍ଟିକ ଡ୍ୟାନ୍ସ କରୁଥିବା ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁଯାଇ ପୋଲିସ ବାବୁ ଜଣକ ଥାନାରେ ଏ.ଏସ୍.ଆଇ ଭାବରେ କାର୍ଯ୍ୟରତ। ପୂର୍ବରୁ ସେ ଡେଙ୍କାନାଳ ଜିଲ୍ଲା ନିହଳ ଥାନାରେ କାର୍ଯ୍ୟରତ ଥିବାବେଳେ କିଛିଦିନ ତଳେ ତାଙ୍କୁ ରାସୋଳ ଥାନାକୁ ବଦଳି କରାଯାଇଥିଲା। ଆଇନର ସୁରକ୍ଷା କରିବାକୁ ପ୍ରତିଜ୍ଞା କରିଥିବା ବାବୁ ଜଣକ ନିଜ ସ୍ତ୍ରୀକୁ ଧୋକା ଦେଇ ଏପରି ଉଶୃଙ୍ଖଳିତ କାର୍ଯ୍ୟରେ ଲିପ୍ତ ରହିବାକୁ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି। ଦେଖନ୍ତୁ ଭିଡ଼ିଓ:-

କେବଳ ଏତିକି ନୁହେଁ ବରଂ ଭିଡ଼ିଓରେ ଥିବା ମହିଳାଙ୍କ ସହ ପୋଲିସ ବାବୁ ଢେଙ୍କାନାଳ ଭୁବନ ନିଳକଣ୍ଠପୁର ଛକରେ ବୁଲୁଥିବା ବେଳେ ତାଙ୍କ ପତ୍ନୀ ଏବଂ ପୁଅ ହାତରେ ଧରାପଡ଼ିଥିଲେ। ତାଙ୍କର ଉକ୍ତ ମହିଳାଙ୍କ ସହ ସମ୍ପର୍କକୁ ନେଇ ପ୍ରଶ୍ନ କରାଯିବାରୁ ସେ ଉତକ୍ଷିପ୍ତ ହୋଇଉଠିଥିଲେ। ବିଚ୍ ରାସ୍ତାରେ ହିଁ ଏଥିପାଇଁ ପୋଲିସ ବାବୁ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଝଗଡ଼ା ଲାଗିରହିଥିଲା। ଖବର ପାଇ ଭୁବନ ଥାନା ଅଧିକାରୀ ସେମାନଙ୍କୁ ଭୁବନ ଥାନାକୁ ନେଇ ଆପୋଷ ବୁଝାମଣା କରି ଛାଡିଦେଇଥିବା ସୂଚନା ମିଳିଛି।