ଦେଖନ୍ତୁ ଭିଡିଓ: ବାପାଙ୍କ ଏକାଦଶାହରେ ଅନୁଭବ ଖୁସି ଜାଗୃତିଙ୍କୁ ଦେଖି, ତାଙ୍କ ମାଙ୍କୁ ସାତ୍ୱନା ଦେଇ କଲେ କିଛି ଏପରି ସମସ୍ତେ କଲେ ପ୍ରଶଂସା

 

ଓଡ଼ିଶାର ଚର୍ଚ୍ଚିତ ଚେହେରା ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତାଙ୍କ ଏକାଦଶାହରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଭବଙ୍କ ଏହି ଦୁଃଖ ସମୟରେ ଅନେକ କଳାକାର ଓ ନେତା ମନ୍ତ୍ରୀ ପହଞ୍ଚି ଅନୁଭବ ଏବଂ ତାଙ୍କ ପରିବାରରକୁ ସାନ୍ତ୍ଵନା ଦେଇଥିଲେ। କଂଗ୍ରେସ ନେତା ସୁର ରାଉତରାୟ ଠାରୁ ନେଇ ପ୍ରେମ ଆନନ୍ଦ, ଜୟୀରାମ ସାମଲ, ରାନୀ ପଣ୍ଡା ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

ତେବେ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କୁ ନେଇ। ଅନୁଭବଙ୍କ ଘରେ ପହଞ୍ଚିଥିଲେ ତାଙ୍କର ଏହି ପ୍ରିୟ ବନ୍ଧୁ। ଦୁଃଖ ସମୟରେ ଆସି ଅନୁଭବଙ୍କୁ ସାହାରା ଦେଇଛନ୍ତି। ମନରେ ବହୁତ ଖୁସି ହୋଇଯାଇଛନ୍ତି ଅନୁଭବ ମହାନ୍ତି। ହଁ ଆଜ୍ଞା ଆଉ ରହି ପାରିଲେ ନାହିଁ। ଦିଲ୍ଲୀରୁ ସିଧା କଟକ ଧାଇଁ ଆସିଲେ। ଭଲ ସାଥୀଟିଏ ପାଖକୁ ଧାଇଁ ଆସିଛନ୍ତି ଆଉ ଜଣେ ସାଥୀ। ଅନୁଭବ ବି ଦେଖି ପୁରା ଖୁସି ହୋଇଗଲେ। 

ପରିବାର ଲୋକଙ୍କ ଭିତରେ ସାମିଲ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗ୍ରତି ଶୁକ୍ଲା। ଅନୁଭବ ମହାନ୍ତିଙ୍କ ବାପାଙ୍କ ଏକାଦଶାହରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ଯେଉଁଥିରେ ଜାଗ୍ରତିଙ୍କୁ ଅନୁଭବ ସମସ୍ତଙ୍କ ପାଖକୁ ନେଇ ଚିହ୍ନା କରାଉଥିବାର ଦେଖିବାକୁ ମିଳିଛି। ଜାଗୃତି ମଧ୍ୟ ଭାଙ୍ଗିପଡିଥିବା ଅନୁଭବଙ୍କୁ ସାନ୍ତ୍ଵନା ଦେଇଛନ୍ତି। ଯା‌ହାର ଦୃଶ୍ୟ ଏବେ ଖୁବ୍ ଭାଇରାଲ୍ ହେଉଛି। 

ଅନୁଭବଙ୍କ ବୈବାହିକ ଜୀବନରେ ବିବାଦ ଭଗତରେ ସାମ୍ନାକୁ ଆସିଥିଲେ ଜାଗୃତି। ଅନୁଭବଙ୍କ ସହ ଜାଗୃତିଙ୍କ ସମ୍ପର୍କକୁ ନେଇ ଅନେକ କଥା ଦେଖାଦେଇଥିଲା। ଏପରକି ଅନୁଭବ ଓ ବର୍ଷାଙ୍କ ଛାଡପତ୍ରର କାରଣ ଜାଗୃତି ବୋଲି କୁହଯାଇଥିଲା। ବର୍ଷାଙ୍କ ପରେ ଅନୁଭବ ଜାଗୃତିଙ୍କ ହାତ ଧରିବେ ବୋଲି ଚର୍ଚ୍ଚା ହୋଇଛି। ତେବେ ଅନୁଭବଙ୍କ ବାପାଙ୍କ ଏକାଦଶାହରେ ଜାଗୃତିଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି।

<a href=https://youtube.com/embed/A8ifKB6z19k?autoplay=1&mute=1><img src=https://img.youtube.com/vi/A8ifKB6z19k/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ସୂଚନାଯୋଗ୍ୟ, ସୂଚନାଯୋଗ୍ୟ ଗତ ୧୫ ତାରିଖରେ ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତିଙ୍କ ୭୪ ବର୍ଷ ବୟସରେ ଦେହାନ୍ତ ହୋଇଥିଲା। କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା। ଅଭୟ ମହାନ୍ତି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିଲା। ଅନୁଭବଙ୍କ ବାପାଙ୍କ ଶେଷକୃତ୍ୟ ସମ୍ପନ୍ନ କରିଥିଲେ।