ସୋସିଆଲ ମିଡ଼ିଆ ରେ ଅନୁଭବଙ୍କ ବଡ ବୟାନ: ଓଟିଭି ଚ୍ୟାନେଲ୍ ଆସୁଥିବା ହୋଟେଲ୍ ରୁମ୍ ମୋର ପସନ୍ଦ ମାତ୍ର …
ଭୁବନେଶ୍ବର: ବର୍ତମାନ କିଛି ଦିନ ହେବ ସୋସିଆଲ ମିଡ଼ିଆ ରେ ଆଗରୁ କରୋନା ସଂକ୍ରମିତ ହୋଇଥିବା ବ୍ୟକ୍ତି ଙ୍କ ଅଡିଓ ଭାଇରାଲ୍ ହେବା ପରେ ଓଟିଭି ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବାଦ ବିବାଦ ଜୋର ଧରିଛି ।
ତେବେ ସାଂସଦ ଅନୁଭବ ମହାନ୍ତି ନିଜ ଫେସବୁକ ପେଜ ରେ କରିଥିବା ଗୋଟେ ପୋଷ୍ଟ ଚର୍ଚା ର ବିଷୟ ପାଲଟିଛି । ଅନୁଭବ କହିଛନ୍ତି ଯେ ସେ ଓଟିଭି ଗ୍ରୁପ୍ ସହ ବେଶ୍ ଘନିଷ୍ଠ ଥିଲେ । ସେ ଏହା ମଧ୍ୟ କହିଲେ ଯେ ଆଗରୁ ସେ କୌଣସି ହୋଟେଲକୁ ଗଲେ ସେଠାରେ ଥିବା ଟିଭିରେ ଓଟିଭି ନ୍ୟୁଜ୍ ଚାନେଲ ଆସୁଛି କି ନାହିଁ ପ୍ରଥମେ ବୁଝୁଥିଲେ। କେତେକ ହୋଟେଲ ରହଣି ସମୟରେ ଖାସ୍ ଓଟିଭି ଦେଖିବା ଲାଗି ସେ ହୋଟେଲ କର୍ତୃପକ୍ଷଙ୍କୁ ଅଧିକ ଟଙ୍କା ଦେଉଥିଲେ ।
ଅନୁଭବ ନିଜ ପୋଷ୍ଟ ରେ ପୂର୍ବତନ ସାଂସଦ ଓ ବିଜେପି ନେତା ବୈଜୟନ୍ତ ପଣ୍ଡାଙ୍କ ପତ୍ନୀ ତଥା ଓଟିଭି ଗ୍ରୁପ୍ର ମୁଖ୍ୟ ଜାଗୀମଙ୍ଗତ ପଣ୍ଡାଙ୍କୁ ଟ୍ୟାଗ୍ କରିଥିଲେ । ଓଟିଭି ପ୍ରତି ଏକଦା ତାଙ୍କର ଆଗ୍ରହ ବ୍ୟକ୍ତ କରିବା ସହ ଅନୁଭବ ଲେଖିଛନ୍ତି ଯେ ଓଟିଭି ଓଡ଼ିଶାର ସବୁଠୁ ଖରାପ ଚ୍ୟାନେଲ ବୋଲି ସେ ପରେ ଅନୁଭବ କଲେ। ଏପରିକି ଏହି ସଂସ୍ଥା ସହ ପୂର୍ବରୁ କାମ କରିଥିବାରୁ ସେ ଲଜ୍ଜିତ ବୋଲି ଲେଖିଛନ୍ତି।
ସେ ଆଗରୁ ଓଟିଭି ଗ୍ରୁପ୍ର ପ୍ରଯୋଜନା ସଂସ୍ଥା ‘ତରଙ୍ଗ ସିନେ ପ୍ରଡକ୍ସନ୍ସ’ ଅଧୀନରେ ଗପହେଲେ ବି ସତ, ଜଗା ହାତରେ ପଘା ଓ ପ୍ରେମ୍ କୁମାର୍ ପରି ଏକାଧିକ ସିନେମାରେ ମୁଖ୍ୟନାୟକ ସାଜିଛନ୍ତି ।
ନିଜକୁ ଜଣେ ଦାୟିତ୍ବସମ୍ପନ୍ନ ଯୁବନେତା ବୋଲି ଦାବି କରିଥିବା ଅନୁଭବ ଓଡ଼ିଶାର ଯୁବକମାନଙ୍କୁ କେବେ ବି ବିଭ୍ରାନ୍ତ କରିବାର ଦୁଃସାହସ କରିବେନାହିଁ ବୋଲି ଫେସ୍ବୁକ୍ ପୋଷ୍ଟ୍ରେ ଲେଖିଛନ୍ତି। ଅନୁଭବ ଓଟିଭିକୁ ବ୍ୟାନ୍ କରିବା ପାଇଁ ସେ ଯୁବସମାଜକୁ ଆହ୍ବାନ କରିଛନ୍ତି ଏବଂ ଓଡ଼ିଶା ଅଗ୍ରଗତିରେ ବିଳମ୍ବ ପାଇଁ ଓଟିଭିକୁ ଦାୟୀ କରିଛନ୍ତି ।