ଦେଖନ୍ତୁ ଭିଡିଓ: “ଜାଗୃତିଙ୍କୁ ଜାଣିଶୁଣି ବଦ୍‌ନାମ କରାଗଲା..ଆମ ବାହାଘରର ସାଢେ ୬ ବର୍ଷ ଭିତରେ ତ ସେ ନଥିଲେ”

 

ଦୀର୍ଘ ଦିନର ଆଇନଗତ ଲଢ଼େଇ ପରେ ସାଂସଦ ଅନୁଭବ ମହାନ୍ତି ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଓଡ଼ିଶା ହାଇକୋର୍ଟଙ୍କ ରାୟ ପରେ ଆଶ୍ୱସ୍ତି ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗକୁ ନିର୍ବାଚନ ରହିଛି ତେଣୁ ଏହି ଅଭିନେତାକୁ ନେତା ପାଲଟିଥିବା ବ୍ୟକ୍ତି ଜଣଙ୍କ ରାଜନୀତିରେ ସକ୍ରିୟ ରହିବେ କି ନାହିଁ ତାହା ଚର୍ଚ୍ଚା ଚାଲିଛି।

ଅନୁଭବ ମହାନ୍ତି ନ୍ୟାୟ ପାଇବାରେ ବିଳମ୍ବକୁ ସ୍ୱୀକାର କରିଥିଲେ ମଧ୍ୟ ଶେଷରେ ତାଙ୍କୁ ନ୍ୟାୟ ମିଳିଛି ବୋଲି କହିଛନ୍ତି। ସେ ଆଶ୍ୱସ୍ତି ଅନୁଭବ କରିଛନ୍ତି। ଲୋକଙ୍କ ସେବା କରିବା ପାଇଁ ମୁଁ ରାଜନୀତିରେ ପ୍ରବେଶ କରିଛି ଏବଂ ସେମାନେ ଚାହିଁଲେ ମୁଁ ଏହା ଜାରି ରଖିବି ବୋଲି ଅନୁଭବ ମହାନ୍ତି ସଫେଇ ଦେଇଛନ୍ତି।

ଏହାଛଡା ସେ ନିଜ ବାନ୍ଧବୀ ଜାଗୃତି ଶୁକ୍ଳାକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ଅନୁଭବ କହିଛନ୍ତି- ଜାଗୃତି ମୋ ପାଇଁ ବଦନାମ ହେଲେ। ଜାଗୃତି ମୋପାଇଁ ସବୁକିଛି ହରାଇଛନ୍ତି। ଜାଗୃତି ବହୁତ ଟ୍ୟାଲେଣ୍ଟେଡ। ବର୍ଷା ମୋର ଛାଡପତ୍ର ପାଇଁ ଜାଗୃତି ଦାୟି ନୁହଁନ୍ତି। ଏପରି ଜାଗୃତିଙ୍କୁ ଭୁରି ଭୁରି ପ୍ରସଂଶା କରିଛନ୍ତି ଅନୁଭବ। ଅନୁଭବଙ୍କ ପାଇଁ ବହୁ କଷ୍ଟ ପାଇଛନ୍ତି ଜାଗୃତି।

ତେବେ ଏହା ମଧ୍ୟରେ ଅନୁଭବ ତାଙ୍କର ଜନ୍ମଦିନ ବଡ଼ ଧୁମଧାମରେ ପାଳନ କରିବା ସହ ଦ୍ୱିତୀୟ ବିବାହ ନେଇ ସମସ୍ତଙ୍କୁ ନିମନ୍ତ୍ରଣ ଦେଇଥିଲେ । ପ୍ରଥମ ବିବାହ କଥା ନ ଉଠାଇବାକୁ କହିବା ସହ ଦ୍ୱିତୀୟ ମ୍ୟାରେଜ ନେଇ ସମସ୍ତଙ୍କୁ ଖୁସି ଖବର ଦେଇଥିଲେ ଅନୁଭବ ।

<a href=https://youtube.com/embed/v8PLwUx6te0?autoplay=1&mute=1><img src=https://img.youtube.com/vi/v8PLwUx6te0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ନିଜର ଅଗଣିତ ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇବା ସହ ଭାଇ ଭାବି ବାହାଘରକୁ ସମସ୍ତେ ଆସିବାକୁ ଅନୁଭବ ଆଗୁଆ ନିମନ୍ତ୍ରଣ ଦେଇଥିଲେ । ବାହାଘର ପରେ ପୁଣି ଥରେ ତାଙ୍କ ପରିବାରକୁ ଖୁସି ଫେରି ଆସିବା ନେଇ ଆଶା ବାନ୍ଧିଛନ୍ତି ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ।