ଦେଖନ୍ତୁ ଭିଡିଓ: ଶେଷଥର ପାଇଁ ବାପାଙ୍କୁ ଗେଲ କରି ଦେଲେ ବିଦାୟ, ବାପାଙ୍କୁ ହରାଇ ଅନୁଭବଙ୍କ ଆଖିରେ ଧାର ଧାର ଲୁହ

 

ଆଖିବୁଝିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ଚେହେରା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ ମହାନ୍ତି। କିଛି ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ଲାଗିରହିଥିଲା। ଅଭୟ ମହାନ୍ତି ଆଜି ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଛନ୍ତି। ସିନେ ନିର୍ଦ୍ଦେଶକ ତଥା ଓଡ଼ିଆ ଚଳଚ୍ଚିତ୍ରର କଳାକାର ଜିତୁ ରାଉତ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ଦୁଃଖ ପ୍ରକାଶ କରିଛନ୍ତି। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି।

୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି। ଦୀର୍ଘଦିନ ହେଲା ସେ କିଡନୀ ରୋଗରେ ପୀଡିତ ଥିଲେ ଅନୁଭବ ମହାନ୍ତିଙ୍କ ପିତା ଅଭୟ ମହାନ୍ତି। ତାଙ୍କର ଡାଇଲିସିସ୍‌ ଚାଲିଥିଲା। ନିୟମିତ ଭାବେ ବାପାଙ୍କୁ ହସ୍ପିଟାଲ ନେବା ଆଣିବା କରୁଥିଲେ ଅନୁଭବ ମହାନ୍ତି। କିନ୍ତୁ ତାଙ୍କର ସବୁ ଉଦ୍ୟମ ଶେଷରେ ତାଙ୍କୁ ପିତୃଶୂନ୍ୟ କରିଦେଇଛି।

ଅନୁଭବ ତାଙ୍କ ବାପାଙ୍କୁ ସୁସ୍ଥ କରିବାକୁ ପ୍ରାଣ ପ୍ରଣେ ଚେଷ୍ଟା କରୁଥିଲେ। ହେଲେ ତାଙ୍କର ସମସ୍ତ ଚେଷ୍ଟା ଓ ପ୍ରାର୍ଥନା ବିଫଳ ହୋଇଛି। ଅଭୟ ମହାନ୍ତିଙ୍କ ବିୟୋଗରେ ପୁରାପରିବାରରେ ଶୋକର ଛାୟା ଖେଳିଯାଇଛି। ଶୋକାକୂଳ ହୋଇପଡିଛି ସମଗ୍ର ପରିବାର। ବହୁ ବିଶିଷ୍ଟ ବକ୍ତି ତାଙ୍କର ଶେଷ ଦର୍ଶନ କରିଛନ୍ତି। ମୃତ୍ଯୁଶଯ୍ୟା ନିକଟରେ ଦୁଇ ପୁଅ ଅନୁଭବ ଏବଂ ଅନୁପ୍ରାସ ଉପସ୍ଥିତ ଥିଲେ।

ତେବେ ବାପାଙ୍କୁ ହରାଇ ଅନୁଭବ ଏକପ୍ରକାର ଭାଙ୍ଗି ପଡ଼ିଛନ୍ତି। ବାପାଙ୍କୁ ତାଙ୍କ ପାଖରୁ ଆଦୌ ଯିବାକୁ ଦେଉନାହାନ୍ତି ଅନୁଭବ। ବେଡ୍‌ରେ ତାଙ୍କ ବାପା ଶେଷ ନିଦ୍ରାରେ ଶୋଇଥିବା ବେଳେ ଛୋଟ ପିଲାଙ୍କ ପରି କାନ୍ଦୁଛନ୍ତି ଅନୁଭବ। ଖାଲି ଏତିକି ନୁହେଁ, ସେ ତାଙ୍କ ବାପାଙ୍କୁ ଜାବୁଡ଼ି ଧରି ଶେଷଥର ପାଇଁ ଗେଲ ବି କରୁଛନ୍ତି। ଏହି ଦୃଶ୍ୟ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି।

<a href=https://youtube.com/embed/z3kqrd9qO2I?autoplay=1&mute=1><img src=https://img.youtube.com/vi/z3kqrd9qO2I/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି ଜଣେ ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ। ସେ କନ୍ଦରପୁର କଲେଜରେ କାର୍ଯ୍ୟରତ ଥିଲେ। ବାପା ଅଧ୍ୟାପକ ଅଭୟ ମହାନ୍ତି ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ କଳାକାର।