ମୋହନ ସରକାରଙ୍କ ବଡ଼ ଭେଟି, ଭତ୍ତାରେ କରାଗଲା ବୃଦ୍ଧି ସମସ୍ତଙ୍କୁ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ ପୁରା ଖବର
ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ରାଜ୍ୟ ସରକାର ନେଲେ ବଡ଼ ପଦକ୍ଷେପ । ପୂର୍ବରୁ ମିଳୁଥିବା ଭତ୍ତାର ପରିମାଣରେ ହେବାକୁ ଯାଉଛି ବୃଦ୍ଧି । ପୂର୍ବରୁ ନିର୍ବାଚନ ପ୍ରଚାର ସମୟରେ ବିଜେପି ତରଫରୁ ଘୋଷଣା କରା ଯାଇଥିଲା କି ଯଦି ବିଜେପି ଓଡ଼ିଶାରେ ସରକାର ଗଢେ ତେବେ ଭତ୍ତାରେ ମଧ୍ୟ ବୃଦ୍ଧି ହେବ ବୋଲି ।
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
ବର୍ତ୍ତମାନ ବିଜେପି ଓଡ଼ିଶାରେ ସରକାର ଗଢ଼ିବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଭତ୍ତା ବୃଦ୍ଧିକୁ ନେଇ ବଡ଼ ଘୋଷଣା କରା ଯାଇଛି । ପୂର୍ବରୁ ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ୭୦୦ ଟଙ୍କା ଭତ୍ତା ମିଳୁଥିବା ସମୟରେ ୮୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ୧୨୦୦ ଟଙ୍କା ମିଳୁଥିଲା ।
କିନ୍ତୁ ବର୍ତ୍ତମାନ ସରକାରଙ୍କ ଦ୍ଵାରା ଏଥିରେ ବଡ଼ ପରିବର୍ତ୍ତନ କରା ଯାଇଛି । ସରକାରଙ୍କ ଘୋଷଣା ଅନୁଯାୟୀ , ବର୍ତ୍ତମାନ ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୦୦୦ ଟଙ୍କା ଭତ୍ତା ମିଳିବାକୁ ଯାଉଛି । ଏହା ସହିତ ୮୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବାକୁ ଯାଉଛି ।
ତେବେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ , ତୁରନ୍ତ ଏହି ଯୋଜନା ଲାଗୁ ହେବାକୁ ଯାଉଛି । ଏପରିକି ପୂର୍ବରୁ ଅନ୍ୟ କେତେ ଗୁଡିଏ ରାଜ୍ୟରେ ମଧ୍ୟ ଭତ୍ତା ପରିମାଣରେ ବୃଦ୍ଧି ହୋଇ ସାରିଛି । ତେବେ କେବଳ ବାର୍ଦ୍ଧକ୍ୟ ଭତ୍ତା ନୁହେଁ ବରଂ ବିକଳାଙ୍ଗ ଭତ୍ତାରେ ମଧ୍ୟ ବୃଦ୍ଧି କରାଯାଇ ମାସକୁ ୩୦୦୦ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।