ଜଣେ ଆକାଉଣ୍ଟାଣ୍ଟ ତ ଆଉ ଜଣେ CAରେ ପିଜି, ହେଲେ ଭଡାଘରେ ରହି କରୁଥିଲେ ଅତି କଦର୍ଯ୍ୟ କାମ, ଜାଣନ୍ତୁ ପୁରା ଖବର

 

କମିଶନରେଟ ପୋଲିସ ହାତରେ ୨ ବ୍ରାଉନ ସୁଗାର ବେପାରୀ। ଭୁବନେଶ୍ବରରେ ଘର ଭଡ଼ା ନେଇ ଚଳାଉଥିଲେ ନିଶା କାରବାର। ସେମାନଙ୍କ ନିକଟରୁ ୫୦୦ ଗ୍ରାମରୁ ଉର୍ଧ୍ଵ ଧଳା ଯାହାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। 

ଏହି ୨ ଯୁବତୀ ହେଉଛନ୍ତି କୋଣାର୍କ ର ପ୍ରଜ୍ଞା ସ୍ୱାଇଁ ଓ ବାଲେଶ୍ବର ବସ୍ତା ଅଞ୍ଚଳର କରିସ୍ମା ରାଉତ। ସେମାନଙ୍କ ନିକଟରୁ ଏକ ଲାପଟୋପ ସହିତ ୨ଟି ମୋବାଇଲ କରାଯାଇଛି। ୨ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କମିଶନରେଟ ପୁଲିସ।

ଦୁଇଜଣ ଯୁବତୀ ଆଇଟି ସେକ୍ଟରରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି। ସୁନ୍ଦର ଚେହେରା ଦେଖାଇ ଗ୍ରାହକଙ୍କୁ ଆକର୍ଷିତ କରୁଥିଲେ। ଭୁବନେଶ୍ୱରରେ ଆଇଟି ସେକ୍ଟରରେ କାମ କରିବା ସହ ଘରଭଡା ନେଇ ଧଳା ଜହର ବେପାର ଚଳାଇଥିଲେ। ସେ ଦୁହିଁଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସର ସ୍ପେଶାଲ କ୍ରାଇମ୍ ୟୁନିଟ। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।

କରିଶ୍ମା ଏକ ଘରୋଇ ଫାର୍ମରେ ଆକାଉଣ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବାବେଳେ ତାଙ୍କ ସହୋଯୋଗୀ କମ୍ପ୍ୟୁଟର ଆପ୍ଲିକେସନରେ ପିଜି କରିନ୍ତି। ଖଣ୍ଡଗିରି ଥାନା ଯଦୁପୁର ଅଞ୍ଚଳରେ ଏକ ଭଡା ଘରେ ରୁହନ୍ତି। ତେବେ ଉଭୟଙ୍କଠାରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର 256 ଗ୍ରାମ ବ୍ରାଉନ ସୁଗାର ସହିତ ତିନିଟି ମୋବାଇଲ୍ ଫୋନ୍ ଏବଂ ଲାପଟପ୍ ଜବତ କରିଛି ପୋଲିସ। ଏଥିରେ କିଙ୍ଗ ପିନକୁ ଠାବ କରାଯାଇଛି। ଏହି କିଙ୍ଗ ପିନ ଭୁବନେଶ୍ୱରରେ ରହେ। ତାଙ୍କୁ ଖୁବ ଶିଘ୍ର ପୋଲିସ ଗିରଫ କରିବ ବୋଲି ସୂଚନା ମିଳିଛି।