ଦେଖନ୍ତୁ ଭିଡ଼ିଓ: ଚାଲିଥିଲା ଶେଷ ଯାତ୍ରା ଉଠି ବସିଲା ମୃତ ଦେହ, କୋକେଇ ଛାଡି ଦୌଡିଲେ ଲୋକ, ଆଉ ତାପରେ...

 

କୋକେଇ ଉପରେ ଶବ, ଗାଁ ସାରା ବୁଲିବା ପରେ ଏହାକୁ ମଶାଣିକୁ ନିଆଯାଏ। କିନ୍ତୁ, ହଠାତ୍ ସେଠାରେ ମୃତ ମଣିଷ ଜଣଙ୍କ ଜୀବନ୍ତ ହୋଇଉଠନ୍ତି। ସୋସିଆଲ ମିଡିଆରେ ଏଭଳି ଅନେକ ଖବର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କିନ୍ତୁ, ଆମ ରାଜ୍ୟରେ ଏଭଳି ଏକ ଗାଁ ରହିଛି ଯେଉଁଠାରେ ଜୀବନ୍ତ ଲୋକଙ୍କୁ କୋକେଇରେ ମଶାଣିକୁ ନିଆଯାଏ।

ଆଜ୍ଞା ହଁ, ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ ପୁରି ଜିଲା ପିପିଲି ଜିଲ୍ଲା ମଉଜଗାଁ ଅଞ୍ଚଳରେ ଏଭଳି ହିଁ ଏକ ଅଜବ ପରମ୍ପରା ରହିଛି। ଏହି ଗାଁର ମେଳଣର ଦୁଇଦିନ ପରେ ହଳଦୀଯାତ୍ରା ନାମକ ଏହି ପରମ୍ପରା ପାଳନ କରାଯାଇଥାଏ। ଛଅ ଖଣ୍ଡ ବାଉଁଶରେ କୋକେଇ ସଜାଇ ସେଥିରେ ଜଣେ ଜୀବନ୍ତ ମଣିଷକୁ ଶବ ସଜାଇ ସାରା ଗାଁ ପରିଭ୍ରମଣ କରାଯାଇଥାଏ। <a href=https://youtube.com/embed/fI_s2IEvE5o?autoplay=1&mute=1><img src=https://img.youtube.com/vi/fI_s2IEvE5o/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640"> ଏହାପରେ କୋକେଇକୁ ମଶାଣି ନେବାପରେ ସେଠାରେ ଶବ ସ୍ଥାନରେ ଏକ ପୁତ୍ତଳିକାକୁ ରଖାଯାଇ ଦାହ କରାଯାଇଥାଏ। ଗାଁ ଲୋକଙ୍କ କହିବା ଅନୁଯାଇ ବର୍ଷ ବର୍ଷ ଧରି ସେଠାରେ ଏହି ପ୍ରଥା ଚାଲୁ ରହିଛି। ଏହି ହଳଦୀ ଯାତ୍ରା ଦେଖିବା ପାଇଁ ବେସ୍ ଲୋକଙ୍କ ଭିଡ଼ ଜମୁଥିବା କହିଛନ୍ତି ଗ୍ରାମବାସୀ।