ପରାଜୟ ପରେ ସାମ୍ନାକୁ ଆସି ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ, ହାରିବାକୁ ନେଇ କହିଦେଲେ ବହୁ ବଡ଼ କଥା

 

୨୪ ବର୍ଷ ପରେ ଓଡ଼ିଶାରେ ସରକାର ବଦଳିବାକୁ ଯାଉଛି। ବୁଧବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ନବୀନ ନିବାସରୁ ବାହାରି ରାଜଭବନ ବାହାରିଥିଲେ। ସେଠାରେ ସେ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି। ବିଧାନସଭାରେ ବିଜେଡିର ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ। ୨୦୦୦ ମସିହା ମାର୍ଚ୍ଚ ୫ରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ନବୀନ।

ହେଲେ ପରାଜିତ ହୋଇ ଅଧିକ ଚର୍ଚ୍ଚାରେ ରହିଛି ବିଜେଡି, ସେ ବି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନେଇ। ବୁଧବାର ସନ୍ଧ୍ୟାରେ ନବ ନିର୍ବାଚିତ ବିଜେଡ଼ି ବିଧାୟକ ମାନେ ନବୀନ ନିବାସରେ ପହଞ୍ଚିଥିଲେ। ସେଠାରେ ନବୀନ ନେତାମାନଙ୍କ ମନୋବଳ ବଢ଼ାଇଥିବା ଦେଖାଯାଇଛି। ବୁଧବାର ନବୀନ ନିବାସରେ ଦଳୀୟ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲେ ହେଁ ସେଠାରେ ପାଣ୍ଡିଆନ ନ ଥିଲେ।

ନବୀନ ବିଜେଡି ସରକାରର କାର୍ଯ୍ୟକାଳ ସମୟରେ କରିଥିବା ଉପଲବ୍ଧିର ହିସାବ ଦେଉଥିବା ଦେଖାଯାଇଛି। ସେ କହିଛନ୍ତି, ଯେତେବେଳେ ମୁଖ୍ୟମନ୍ତ୍ରୀ ହୋଇଥିଲି, ଓଡ଼ିଶାର ୭୦% ଲୋକ ଦାରିଦ୍ର ସୀମାରେଖା ତଳେ ରହିଥିଲେ। ହେଲେ ଏବେ ଚିତ୍ର ବଦଳିଛି। ରାଜ୍ୟର ୧୦% ଲୋକେ ଦାରିଦ୍ର ସୀମାରେଖାରେ ଅଛନ୍ତି। 

<a href=https://youtube.com/embed/fD8oZ5MwDZc?autoplay=1&mute=1><img src=https://img.youtube.com/vi/fD8oZ5MwDZc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ରାଜ୍ୟର ଶିକ୍ଷା, ସ୍ବାସ୍ଥ୍ୟ,କୃଷି, ମହିଳା, ଯୁବବର୍ଗଙ୍କ ପାଇଁ ଦଳ ସର୍ବଦା କାମ କରି ଆସିଛି। ଆଗକୁ ମଧ୍ୟ କରିବ। କେବଳ କିଛି ଦିନର ବିରତି ପାଇଁ ଦଳୀୟ ନେତା ଯେଭଳି ୨୪ ବର୍ଷ ଶାସନ ବେଳର କଥା ଭୁଲି ନ ଯାଆନ୍ତି। ସେଥିପାଇଁ ଓଡ଼ିଶାବାସୀଙ୍କ ସେବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଏହାଛଡ଼ା ପରାଜୟ କେବେ ତାଙ୍କୁ ବିବ୍ରତ କରେ ନାହିଁ ବୋଲି ସେ ପ୍ରତିକ୍ରିୟା ଦେଇଥିବା ଦେଖାଯାଇଛି।