ଦେଖନ୍ତୁ ଭିଡିଓ: ଓଡ଼ିଶାର ଏମିତି ଏକ ମନ୍ଦିର ଯେଉଁଠିକି ଗଲେ ମିଳେ ସୁନ୍ଦରୀ ସ୍ତ୍ରୀ, ବିବାହ ନ ହେଉଥିଲେ ଯାଆନ୍ତୁ ଏହି ମନ୍ଦିରକୁୁ

 

କଣ ଆପଣ ଆଜି ଯାଏଁ ଅବିବାହିତ ରହିଛନ୍ତି ? ଅନେକ ଜାଗାରେ ବାହାଘର ଜୁଟୁଥିଲେ ମଧ୍ୟ ବାହାଘର ହୋଇ ପାରୁ ନାହିଁ। କେବଳ ଏତିକି ନୁହେଁ ଦୀର୍ଘ ଦିନ ଧରି ଯଦି ଆପଣ ସନ୍ତାନ ସୁଖରୁ ବଞ୍ଚିତ ରହିଛନ୍ତି କିମ୍ବା ଦୀର୍ଘ ଦିନ ଧରି କୌଣସି ରୋଗରେ ପୀଡ଼ିତ ଅଛନ୍ତି ତେବେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିପାରେ ଏକ ମନ୍ଦିର।

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ କରଳା ଗ୍ରାମର କୁଣ୍ଡେଶ୍ଵରାୟ ମନ୍ଦିରରେ ଘଟୁଛି ଏପରି ଚମତ୍କାର। କୁହାଯାଏ ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂର। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଭକ୍ତି ଓ ଶ୍ରଦ୍ଧାର ସହିତ ଯେଉଁ ଭକ୍ତ ନିଜର ମନସ୍କାମନା ପୂର୍ଣ୍ଣ ନିମନ୍ତେ ଏଠାକୁ ଆସିଛି ବାବା ତାକୁ କେବେ ଖାଲି ହାତରେ ଫେରାଇ ନାହାନ୍ତି। ବାବା କୁଣ୍ଡେଶ୍ବରାୟ ମନ୍ଦିର ଅତି ପ୍ରାଚୀନ ଅଟେ। ବାବାଙ୍କ ମହିମା ଶୁଣି ଦୂର ଦୁରାନ୍ତରୁ ଲୋକେ ଟାଣି ହୋଇ ଆସନ୍ତି ସେଠାକୁ।

ଏହି ମନ୍ଦିରରେ ବାବା ଭୋଲାନାଥଙ୍କ ପ୍ରତିମୂର୍ତ୍ତି ପୂଜା ପାଏ। ମନ୍ଦିରର ପୂଜକଙ୍କ କହିବା ଅନୁସାରେ ଯେଉଁ ଲୋକ ମାନଙ୍କର ବିବାହ ହୋଇ ପାରେ ନାହିଁ କିମ୍ବା କୌଣସି ଦମ୍ପତ୍ତି ସନ୍ତାନ ନିମନ୍ତେ ଆହୁରି ମଧ୍ୟ ବିଷାକ୍ତ ସାପର ନିରାକରଣ ହୋଇଥାଏ ଏହି ମନ୍ଦିରରେ। ପୂଜକ ଆହୁରି ମଧ୍ୟ କହିଛନ୍ତି ସେ ଆଜି ଯାଏଁ କାହାକୁ ସେଠାରୁ ନିରାଶ ହୋଇ ଫେରିଯିବା ଦେଖି ନାହାଁନ୍ତି। ଦୁଃଖ ଓ ଆଶାରେ ଆସିଥିବା ଭକ୍ତର ମନ କିଛି ଦିନ ପରେ ଖୁସିରେ ପରିଣତ ହୋଇଛି।

<a href=https://youtube.com/embed/WpKuyyVsS9s?autoplay=1&mute=1><img src=https://img.youtube.com/vi/WpKuyyVsS9s/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ହେଲେ ସ୍ଥାନୀୟ ଲୋକ ଓ ପୂଜା କମିଟିର ଦାବି ରହିଛି ଯେ ମନ୍ଦିରଟି ଅତି ପ୍ରାଚୀନ ହୋଇଥିଲେ ମଧ୍ୟ ପ୍ରଶାସନ ତରଫରୁ ଦୀର୍ଘ ଦିନ ଧରି ଏହାର କୌଣସି ମରାମତି କାର୍ଯ୍ୟ ହୋଇ ନାହିଁ। ତେଣୁ କରି ମନ୍ଦିରର ମରାମତି କରିବା ସହିତ ମନ୍ଦିର ପ୍ରାଙ୍ଗଣର ଉନ୍ନତି କଲେ ଏଠାକୁ ଆସୁଥିବା ହଜାର ହଜାର ଭକ୍ତ ବିନା ଅସୁବିଧାରେ ବାବାଙ୍କ ଦର୍ଶନ କରି ପାରନ୍ତେ। ନିଜର ମନସ୍କାମନା ପୂର୍ଣ୍ଣ କରି ପ୍ରତ୍ୟେକ ପାରିବାରିକ ଲୋକ ଖୁସିରେ ଜୀବନ ବିତାନ୍ତେ।