ଦୁଇ ଫୁଲର ଗୋଟେ ମାଳି ପ୍ରଥମ ସ୍ତ୍ରୀ ପ୍ରେମରେ ପଡି ଦ୍ୱିତୀୟ ସ୍ତ୍ରୀକୁ ଧୋକା ଦେଲା ସ୍ୱାମୀ, ଜାଣନ୍ତୁ ପୁରା ଘଟଣା
ଦୀର୍ଘ ୧୩ ବର୍ଷ ପରେ ବନବାସ ସାରି ଫେରିଛି ସ୍ତ୍ରୀ । ଆଉ ଅଦିନରେ ସ୍ଵାମୀ ସହ ମନାଉଛି ସାବିତ୍ରୀ । ଫୁଲ ମାଳ ପକାଇ ସ୍ତ୍ରୀ ମଠାରେ ସିନ୍ଦୂର ଦେଉଛି ସ୍ଵାମୀ । କଣ କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଛି କୁ ? ତେବେ ଜାଣନ୍ତୁ ପୁରା ଘଟଣା.......
ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର
Follow our WhatsApp channel and get all the Latest news
କଟକ ଜିଲ୍ଲା ସାଲେପୁର ଜଳକୁଦ ପୋଲିସ ଫାଣ୍ଡି ଅନ୍ତର୍ଗତ ଏଲେମାପୁର ଗ୍ରାମରେ ଦେଖିବାକୁ ମିଳିଛି ସ୍ଵାମୀ ସ୍ତ୍ରୀଙ୍କର ଏଭଳି ହାଇ ଡ୍ରାମା । ଦୀର୍ଘ ୧୩ ବର୍ଷ ହେବ ସ୍ତ୍ରୀ ଅଟୋ ଚାଳକ ସହ ଫେରାର ହୋଇ ଯାଇଥିଲା ।
କିନ୍ତୁ ବର୍ତ୍ତମାନ ୧୩ ବର୍ଷ ପରେ ସ୍ତ୍ରୀ ପୁଣି ଅଟୋ ଚାଳକ ସ୍ୱାମୀକୁ ଛାଡି ନିଜ ପୂର୍ବ ସ୍ଵାମୀ ପାଖକୁ ଫେରି ଆସିଛି । ଏପରିକି ସ୍ଵାମୀ ଜଣଙ୍କ ମଧ୍ୟ ସ୍ତ୍ରୀକୁ ଖୁସିରେ ଗ୍ରହଣ କରିଛନ୍ତି । ଆପଣ ଭାବୁଥିବେ ଏଥିରେ ଭୂଲ କଣ...
କଥା ଏତିକିରେ ସରି ନାହିଁ । ନିଜ ପ୍ରଥମ ସ୍ତ୍ରୀ ପଳାଇବା ପରେ ସେ ମଧ୍ୟ ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ଏବେ ପ୍ରଥମ ସ୍ତ୍ରୀ ଫେରିବା ପରେ ସେ ତାଙ୍କ ଦ୍ବିତୀୟ ସ୍ତ୍ରୀକୁ ନିର୍ଯ୍ୟାତନା ଦେଉଛନ୍ତି । ମାଡ଼ ମାରୁଛନ୍ତି । ଏପରିକି ତାଙ୍କୁ ଘରୁ ମଧ୍ୟ ବାହାର କରି ଦେଇଛନ୍ତି ।