କନିଆଁ ନେଇ ଫେରୁଥିଲା ବର, ଅଧା ରାସ୍ତାରେ ଟ୍ରକ ସହ ହେଲା ମର୍ମନ୍ତୁଦ ଦୁର୍ଘଟଣା, ଆଉ ତାପରେ.. ପୂରା ଘଟଣା ଜାଣି ହେବେ ଦୁଃଖିତ

 

ବାହାଘର ସାରି ଖୁସି ମନରେ ଘରକୁ ଫେରୁଥିଲେ। କିନ୍ତୁ, ରାସ୍ତାରେ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ନିମିଶକ ମଧ୍ୟରେ ସବୁ ଖୁସି ଭୟ ଏବଂ ଯନ୍ତ୍ରଣାରେ ପରିବର୍ତ୍ତିତ ହୋଇଯାଇଥିଲା। ଏହି ଦୁର୍ଘଟଣାରେ ଗାଡ଼ି ଚାଳକ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ତେବେ, ବର ଏବଂ କନ୍ୟା ଏହି ଘୋର ବିପତ୍ତିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାଇ ବୁଧବାର ବିଳମ୍ବିତ ରାତିରେ କଳାହାଣ୍ଡି ମଇଦଲପୁରରୁ ବାହାଘର ସାରି ବର କନିଆଁକୁ ନେଇ ନିଜ ଗାଁ ଛତିଶଗଡ଼ ଦେଭୋଗ ଥାନା ସର୍ଗିଗୁଡାକୁ ଫେରୁଥିଲେ। ବର କନିଆଁ ସହିତ ଆହୁରି କିଛି ଲୋକଙ୍କୁ ଧରି ଏକ ବୋଲେରୋ କାର ଯୋଗେ ସେମାନେ ଫେରୁଥିବା ବେଳେ ଆମପାଣି ଥାନା ଭୁର୍ଷାଗୁଡା ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ବୋଲେରୋଟି ମୁହାଁମୁହିଁ ଧକ୍କା ହୋଇଥିଲା।

ଫଳରେ ଘଟଣାସ୍ଥଳରେ ହିଁ ଡ୍ରାଇଭର ଛତିଶଗଡ଼ ଉର୍ମାଲ ଗାଁର ରୁକ୍ମଣ ସାହୁଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ, ବୋଲେରୋଟି ଏହି ଦୁର୍ଘଟଣାରେ ଚୂରମାର ହୋଇଯିବା ସହ ସେଥିରେ ଥିବା ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରି ଧର୍ମଗଡ଼ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି।