ଦେଖନ୍ତୁ ଭିଡିଓ: ରାମଦୋଳିରେ ବସି ରିଲସ୍ କରୁକରୁ ଫସିଗଲା ଯୁବତୀଙ୍କ ମୁଣ୍ଡ ଆଉ ତା ପରେ...

 

ବାଲିଯାତ୍ରାରେ ଅଘଟଣ । ରିଲ୍ସର ନିଶାରେ ପଡିଗଲେ ବଡ ବିପଦରେ । ଜୀବନ ବି ଚାଲି ଯାଇଥାନ୍ତା । ଅଳ୍ପକେ ବର୍ତ୍ତିଗଲେ ଯୁବତୀ । 

ହଁ ଆଜ୍ଞା, ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ବାଲିଯାତ୍ରାରେ । ରାମଦୋଳିରେ ଝୁଲୁଥିବା ସମୟରେ ହଠାତ୍ ଫୋନ୍ କାଢି ରିଲ୍ସ କରିବାକୁ ଲାଗିଥିଲେ ଯୁବତୀ ଜଣକ । ଉପରକୁ ଚାହୁଁ ଚାହୁଁ ହୋଇଗଲା ଏପରି କିଛି  , ଯାହାକୁ ଦେଖି ଲୋକ ମାନେ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ ।

ଯୁବତୀ ଜଣକ ବାହାରକୁ ମୁଣ୍ଡ କାଢି ରିଲ୍ସ ବନାଉଥିବା ସମୟରେ ତାଙ୍କ ମୁଣ୍ଡ ଫସି ଯାଇଥିଲା ରାମ ଦୋଳିରେ  । ଯାହା ପରେ ତୁରନ୍ତ ଅଟକା ଯାଇଥିଲା ଦୋଳିକି ।  ଓ ବହୁ କଷ୍ଟରେ ଯୁବତୀଙ୍କ ଚୁଟି କାଟି ତାଙ୍କୁ ଉଦ୍ଧାର କରାଯାଇଥିଲା ।

<a href=https://youtube.com/embed/K-8kp_kIPJ4?autoplay=1&mute=1><img src=https://img.youtube.com/vi/K-8kp_kIPJ4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏପରି ଅନେକ ଦୁର୍ଘଟଣା ଘଟୁଥିଲେ  ମଧ୍ୟ ଲୋକ ମାନେ ରିଲ୍ସ କରି ଫେମସ୍ ହେବା ନିଶାରେ ଭୁଲି ଯାଉଛନ୍ତି ସ୍ଥାନ , କାଳ ଓ ପାତ୍ର । ଯେଉଁଥି ପାଇଁ ଜୀବନ ବି ଚାଲି ଯାଉଛି ।