ଆଗାମୀ ୩ ଦିନରେ ବୁଡି ଯାଇପାରେ ଓଡିଶା, ଜୋରରେ ବହିବ ପବନ, ଭାଙ୍ଗିଯିବ ଘରଦ୍ୱାର, ଏହି ୫ଟି ଜିଲ୍ଲାକୁ ରେଡ୍ ୱାର୍ଣିଂ

 

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଆଗକୁ ଅନେକ ଜିଲ୍ଲାରେ ହେବାକୁ ଯାଉଛି ପ୍ରବଳରୁ ଅତି ପ୍ରବଳ ବର୍ଷା । ଅନୁମାନ କରା ଯାଇଛି କି ଏହି ଲଗାଣ ବର୍ଷା ଅନେକ ଧନ ଜୀବନ ନଷ୍ଟ କରିପାରେ ।

 ଆମର WhatsApp ଚ୍ୟାନେଲ୍ କୁ ଫୋଲୋ କରି ଘରେ ବସି ପାଆନ୍ତୁ ସବୁ ଖବର

Follow our WhatsApp channel and get all the Latest news

WhatsApp Channel (Join Now) Join Now

ଭୁବନେଶ୍ୱର ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆଗାମୀ ତିନି ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଯାଉଛି । ଅଗଷ୍ଟ ୧ ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଏହି ବର୍ଷା ଲାଗି ରହିବ । କିନ୍ତୁ ଏହି ତିନି ଦିନ ଲୋକ ମାନଙ୍କୁ ଘରୁ ବାହାର କରି ପାରିବ ନାହିଁ ବର୍ଷା ।

ବର୍ଷା ସହ ପ୍ରବଳ ବଜ୍ରପାତ ହେବ ବୋଲି ମଧ୍ୟ ଭୁବନେଶ୍ୱର ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ପବନର ବେଗ ମଧ୍ୟ ଅଧିକ ରହିବ । ଏହି ତିନି ଦିନ ସାତ ରୁ ଏଗାର ସେଣ୍ଟିମିଟର୍ ବର୍ଷା ହେବା ବୋଲି କଳ୍ପନା କରା ଯାଇଛି ।

କେନ୍ଦୁଝର, ବଲାଙ୍ଗିର , ସମ୍ବଲପୁର, ସୋନପୁର, ଅନୁଗୁଳ ଅଞ୍ଚଳରେ ବର୍ଷାର ମାତ୍ର ଅଧିକ ରହିବ ବୋଲି ଅନୁମାନ କରା ଯାଇଛି । ଯାହା ଫଳରେ ଏହି ୫ଟି ଜିଲ୍ଲା ପାଇଁ ରେଡ୍ ୱାର୍ଣିଙ୍ଗ ଜାରି କରା ଯାଇଛି ।

ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନିଭୂତ ହୋଇ ଧୀରେ ଧୀରେ ପଶ୍ଚିମ-ଉତ୍ତର ଦିଗରେ ଗତି କରିବ। ସେହି ସମୟରେ ଛତିଶଗଡ଼, ପୂର୍ବ ମଧ୍ୟପ୍ରଦେଶ ଓ ଝାରଖଣ୍ଡରେ ବର୍ଷା ହେବାର ସମ୍ଭାବନା ରହିଛି ।