କଟକ ରେ ଯୁବକଙ୍କୁ ଏସିଡ ମାଡ଼, ପ୍ରେମିକା ରାଗିଯାଇ ପୁଅ ଉପରେ ନେଲା ପ୍ରତିଶୋଧ, କାରଣ ଆଶ୍ଚର୍ଯ୍ୟଜନକ

ଆଜି କାଲି ପ୍ରେମ ସମ୍ପର୍କ ଏବଂ ତାପରେ ହେଇଥିବା ଅପରାଧ ସାଧାରଣ କଥା ହୋଇ ଗଲାଣି, ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତ ସମସ୍ତେ ଶୁଣିଥିବେ ମାତ୍ର ଗୋଟେ ପୁଅ ଉପରେ ଏସିଡ ପକେଇବା ଘଟଣା ଜଣ ସାଧାରଣ ଙ୍କୁ ତାଯୁବ କରିଛି । ଏହି ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ ଘଟିଛି । ୨୬ ନଭେମ୍ବର ରାତିରେ କଟକ ଜଗତପୁର ଶିକାରୀପୁରର ବାରିକସାହିରେ ଜଣେ ଯୁବକଙ୍କ ଉପରକୁ ଜଣେ ଯୁବତୀ ଏସିଡ୍ ମାଡ଼
 

ଆଜି କାଲି ପ୍ରେମ ସମ୍ପର୍କ ଏବଂ ତାପରେ ହେଇଥିବା ଅପରାଧ ସାଧାରଣ କଥା ହୋଇ ଗଲାଣି, ନାରୀ ମାନଙ୍କ ଉପରେ ହେଉଥିବା ଅତ୍ୟାଚାର ତ ସମସ୍ତେ ଶୁଣିଥିବେ ମାତ୍ର ଗୋଟେ ପୁଅ ଉପରେ ଏସିଡ ପକେଇବା ଘଟଣା ଜଣ ସାଧାରଣ ଙ୍କୁ ତାଯୁବ କରିଛି ।

ଏହି ଘଟଣା ଘଟିଛି କଟକ ଜଗତପୁର ଅଞ୍ଚଳରେ ଘଟିଛି । ୨୬ ନଭେମ୍ବର ରାତିରେ କଟକ ଜଗତପୁର ଶିକାରୀପୁରର ବାରିକସାହିରେ ଜଣେ ଯୁବକଙ୍କ ଉପରକୁ ଜଣେ ଯୁବତୀ ଏସିଡ୍‌ ମାଡ଼ କରିଥିବା ଘଟଣା ସାମ୍ନା କୁ ଆସିଛି ।

ପୀଡିତ ଯୁବକଙ୍କୁ ପ୍ରଥମେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା କରା ଯାଇଥିଲା ତାପରେ ଘରକୁ ପଠାଇ ଦିଅ ଯାଇଥିଲା । ଏହା ପରେ ପୁଲିସ ଏସିଡ୍ ଫିଙ୍ଗିଥିବା ଯୁବତୀଙ୍କୁ ଜଗତପୁର ଥାନା ରେ ଅଟକ ରଖିଛି। ପୁଲିସ ତଦନ୍ତ ପରେ ପ୍ରେମ ସମ୍ପର୍କ କୁ ନେଇ ଏଭଳି ଅପରାଧ ହୋଇଛି ବୋଲି ସନ୍ଦେହ କରୁଛି ।

ଯୁବକଙ୍କ କହିବା ଅନୁସାରେ ସେ ଜଣେ ଯୁବତୀଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ବହୁ ଦିନ ଧରି ହଉଥିଲେ । ଏମିତି କିଛି ଦିନ ପରେ ଯୁବତୀ ତାଙ୍କୁ ଦେଖା କରିବା ପାଇଁ ଡାକିଥିଲେ ମାତ୍ର ଯୁବକ ମନା କରିବାରୁ ତାଙ୍କୁ ଅଭଦ୍ର ଭାଷା ସହ ଗାଳି କରିବାକୁ ଲାଗିଲେ । ଯୁବକ ଏହା ବି କହିଲେ କି “ଯେତବେଳେ ମୁଁ ମୁ ତାଙ୍କ ସହ ମିଶିବା ପାଇଁ ମନା କଲି ସେ ମୋ ଉପରକୁ ଏସିଡ୍‌ ଫିଙ୍ଗି ଦେଇଥିଲା “।

ମାତ୍ର ଅସଲି କଥା କଣ ଏବେ ଯାଏଁ ପ୍ରଶ୍ନ ଉଠୁଛି କଣ ସତରେ ପ୍ରେମିକା ଏହି କାରଣ ପାଇଁ ତାଙ୍କ ଉପରକୁ ଏମିତି ଏସିଡ୍‌ ଫିଙ୍ଗିଥିଲେ ନା ଯୁବକ ଙ୍କ କିଛି ଭୁଲ କାମ ପାଇଁ ଯୁବତୀ ଏମିତି କଲେ, ଏହା ପୁଲିସ୍ ତଦନ୍ତ କରୁଛି।