କିଟରେ ଘଟିଥିବା ଜଘନ୍ୟ କାରନାମାକୁ ଚପାଇ ଦେବାକୁ ଚାଲିଛି ବଡ଼ ଷଡ଼ଯନ୍ତ୍ର, ହୋଇଛି ବଡ଼ ଡିଲ୍! ଜାଣନ୍ତୁ

 

ଆପଣମାନେ ସମସ୍ତେ ତ କିଟ୍ କଲେଜରେ ଘଟିଥିବା ଘଟଣା ବିଷୟରେ ଜାଣିଥିବେ । କିଟ୍ କଲେଜର ହଷ୍ଟେଲ ଭିତରୁ ଜଣେ ଯୁବତୀଙ୍କ ମୃ-ତଦେହ ମିଳିଥିଲା । ଏହି ଯୁବତୀ ଜଣକ ହେଉଛନ୍ତି ଜଣେ ନେପାଳୀ ଛାତ୍ରୀ । ନେପାଳୀ ଛାତ୍ରୀ କିଟ କଲେଜରେ ପାଠ ପଢୁଥିଲେ । କିନ୍ତୁ ତାଙ୍କର ଆଜି ଏଭଳି ଅବସ୍ଥା ହୋଇଛି । ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏହି ଘଟଣାରେ ପୋଲିସ ଏବେ ତଦନ୍ତ କରୁଛି । ଘଟଣାକୁ ନେଇ ଏବେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । 

ନିକଟରେ ଏକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁ ଭିଡିଓରେ କିଟ କଲେଜର କର୍ତ୍ତୃପକ୍ଷ ପ୍ରବାସୀ ଛାତ୍ରଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଛନ୍ତି । ତାଙ୍କୁ ଅନେକ କଥା କହୁଛନ୍ତି । ଏହାପରେ ଏହି ଭିଡିଓ ସାମ୍ନାକୁ ଆସିବା ପରେ କିଟ କଲେଜର ମ୍ୟାଡାମମାନେ କ୍ଷମା ମାଗିଥିଲେ । ଏହି ଭିଡିଓ ଆସିବା ପରେ ଆଉ ଏକ ଭିଡିଓ ମଧ୍ୟ ଆସିଥିଲା ଯେଉଁ ଭିଡିଓରେ ଏହି କଲେଜର ମୁଖ୍ୟ ଅଚ୍ୟୁତ ସାମନ୍ତ କଲେଜର ଛାତ୍ରଛାତ୍ରୀ ବିକ୍ଷୋଭ କରୁଥିବା ବେଳେ କିଛି କଥା କହିଥିଲେ । ଏହି କଲେଜରେ ଘଟିଥିବା ଏହି ଘଟଣା ଦିନକୁ ଦିନ ଭୟଙ୍କର ରୂପ ନେଉଥିବା ବେଳେ ଏବେ ଏହାକୁ ଚାପି ଦେବାକୁ ଯୋଜନା ଚାଲିଛି ।

କଲେଜର ମୁଖ୍ୟ ଏବଂ ଅନେକ ରାଜନେତା ମିଶି ଏହି ଘଟଣାକୁ ଚାପି ଦେବାକୁ ଚାହୁଁଛନ୍ତି ବୋଲି ଖବର ଆସିଛି । ଏହି ଘଟଣା ପାଇଁ ରାଜନୀତିକ ସ୍ତରରେ ୧୦୦ କୋଟି ଟଙ୍କାର ଡ଼ିଲ ହୋଇଛି ବୋଲି ଏବେ ଖବର ଆସୁଛି । ଏଥିପାଇଁ ଦିଲ୍ଲୀରେ ନାଟକ ପ୍ରସ୍ତୁତ ହେଉଛି ବୋଲି ସୂଚନା ମିଳିଛି । ଉଭୟ ଛାତ୍ରଛାତ୍ରୀ ଆଉ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଯୋଜନା ପ୍ରସ୍ତୁତ ହେଉଛି । ଏଥିରେ ବିରୋଧୀ ଦଳର ନେତାମାନଙ୍କୁ ସାମିଲ କରାଯାଇଛି ବୋଲି ସୂଚନା ମିଳିଛି । ବିଧାୟକ ଏବଂ ମନ୍ତ୍ରୀମାନେ କିଟ କଲେଜ ବିରୋଧରେ ବଡ ବଡ ବୟାନ ଦେବେ ଆଉ ପୋଲିସ ଅଫିସର ତଦନ୍ତ ଆଳରେ ସମସ୍ତଙ୍କୁ ବଞ୍ଚାଇ ଦେବେ ।

ଏବେ ଏହି ଯୋଜନା କରାଯାଉଛି । ଭାଇରାଲ ହେଉଥିବା ଭିଡିଓ ଦେଖିଲେ କିଟ କଲେଜର କର୍ତ୍ତୃପକ୍ଷଙ୍କ ଦାଦାଗିରି ବିଷୟରେ ଆପଣମାନେ ଖବର ପାଇପାରିବେ । ଏହି ଘଟଣାରେ ବିଜେଡି ଦଳ ନୀରବ ରହୁଛି । ଏହି ଘଟଣାରେ ସମସ୍ତ ନେତା ମନ୍ତ୍ରୀ ମିଶି ଏହି ଘଟଣାରେ ଅଭିଯୁକ୍ତଙ୍କୁ ଦୂରେଇ ଦେବାକୁ ଚାହୁଁଛନ୍ତି । ଏଭଳି ଅନେକ କଥା ଏବେ ସାମ୍ନାକୁ ଆସୁଛି । କମିଶନରେଟ ପୋଲିସ ମଧ୍ୟ କିଟ କଲେଜ ଏବଂ କଲେଜର ମୁଖ୍ୟଙ୍କୁ ବଞ୍ଚାଇବାକୁ ଲାଗି ପଡିଛନ୍ତି ବୋଲି ଖବର ଆସୁଛି । 

ଏହି ଘଟଣାରେ ଅନେକ ନେତା ମନ୍ତ୍ରୀ ସାମିଲ ଥାଇ ପାରନ୍ତି ବୋଲି ସାଧାରଣରେ କଥା ଆସୁଛି । ଏବେ ଏନେଇ ତଦନ୍ତ କରାଗଲେ ସତ୍ୟ ଘଟଣା ସାମ୍ନାକୁ ଆସିବ । ଏବେ ଯେଉଁ ୧୦୦ କୋଟି ଟଙ୍କାର ଡିଲ ସହ କଲେଜ ମୁଖ୍ୟ ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦିଆଯାଉଛି ଅଭିଯୋଗ ଆସିଛି ଏହାକୁ ରାଜ୍ୟ ସରକାର ସତ ବୋଲି ପ୍ରମାଣିତ କରୁଛନ୍ତି ନା ଅଚ୍ୟୁତଙ୍କୁ ବାନ୍ଧି ଏହି ଅଭିଯୋଗ ମିଥ୍ୟା ବୋଲି ପ୍ରମାଣିତ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।