ଦେଖନ୍ତୁ ଭିଡ଼ିଓ: ନିଶ୍ଚିତ ରେଳ ଦୁର୍ଘଟଣାରୁ ବର୍ତ୍ତିଗଲେ ମହିଳା! ସାହାସିକତା ଦେଖାଇ ଜୀବନ ବଞ୍ଚାଇଲେ ଆରପିଏଫ୍ ଯବାନ

 

ଚଳନ୍ତା ଟ୍ରେନରୁ ଡେଇଁବାକୁ ଉଦ୍ୟମ କରି ହଟହଟା ହେଲେ ମହିଳା। ଦାୟିତ୍ୱରେ ଥିବା ଆର୍‌ପିଏଫ୍ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହସ ହେତୁ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚିଗଲା ମହିଳାଙ୍କ ଜୀବନ। ଭୁବନେଶ୍ୱର ରେଳଷ୍ଟେସନରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ବେଳେ ଏହାର ସମ୍ପୂର୍ଣ୍ଣ ଭିଜୁଆଲ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

 ବୁଧବାର ସକାଳ ପ୍ରାୟ ୧୦ଟା ୫ରେ ରେଳ ଷ୍ଟେସନର ୩ ନମ୍ବର ପ୍ଲାଟ୍‌ଫର୍ମରେ ପଲାସା-କଟକ ପାସେଞ୍ଜର ଟ୍ରେନ୍‌ ଆସି ପହଞ୍ଚିଥିଲା। ଟ୍ରେନଟି ୫ ମିନିଟ ରହି ୧୦ଟା ୧୦ରେ ଷ୍ଟେସନ ଛାଡ଼ିଥିଲା। ଟ୍ରେନ ଧୀରେ ଧୀରେ ଆଗକୁ ବଢୁଥିବା ବେଳେ ଉକ୍ତ ମହିଳା ଜଣକ ଡେଇଁବାକୁ ଚେଷ୍ଟା କରିଥିଲେ। ତେବେ, ତାଙ୍କ ଗୋଡ ଖସି ଯିବାରୁ ସେ ଟ୍ରେନ ମଧ୍ୟକୁ ଟାଣି ହୋଇଯାଉଥିଲେ, ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଆର୍‌ପିଏଫ୍ କର୍ମଚାରୀ ସନାତନ ମୁଣ୍ଡା ତାଙ୍କୁ ବାହାରକୁ ଟାଣିଆଣି ଜୀବନ ରକ୍ଷା କରିଥିଲେ। ଦେଖନ୍ତୁ ଭିଡ଼ିଓ:-

<a href=https://youtube.com/embed/lrfiJTCoFZc?autoplay=1><img src=https://img.youtube.com/vi/lrfiJTCoFZc/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750">

ଏହି ଦୁର୍ଘଟଣାରେ ଆଉ ଜଣେ ମହିଳା ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ତେବେ, ସାହାସିକତା ଦେଖାଇ ଥିବାରୁ ସନାତନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରେଳ ବିଭାଗ ତରଫରୁ ସଚେତନ କରାଯାଉଥିଲେ ହେଁ ଲୋକଙ୍କ ଅସାବଧାନତା ହେତୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି।