କିଶୋର ଭାଇନା ମଟନ ହୋଟେଲ ଉଚ୍ଛେଦକୁ ନେଇ ମୁହଁ ଖୋଲିଲେ ବିଏମସି କମିଶନର! କହିଲେ ହୋଟେଲ ଭଙ୍ଗାଯିବାର ପ୍ରକୃତ କାରଣ….

 

ବହୁଚର୍ଚ୍ଚିତ କିଶୋର ଭାଇନା ମଟନ ହୋଟେଲକୁ ଉଚ୍ଛେଦ କରିବାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଖାଦ୍ୟର ମାନ ଖରାପ ରହିଥିବା ଏବଂ ଅପରିଷ୍କାର ସ୍ଥାନରେ ରୋଷେଇ ହେଉଥିବାରୁ ଏହାକୁ ଭାଙ୍ଗି ଦିଆଯାଇଛି। ତେବେ, ଏଥିନେଇ କିଶୋର ଭାଇନାଙ୍କୁ ପଚରା ଯାଇଥିବା ବେଳେ ତାଙ୍କ ଉପରେ ସମ୍ପୂର୍ଣ୍ଣ ମିଥ୍ୟା ଅଭିଯୋଗ ଲଗା ଯାଇଥିବା କହିଥିଲେ।

ଏହି ସବୁ ବିବାଦ ମଧ୍ୟରେ ସାମ୍ନାକୁ ଆସିଛନ୍ତି ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ। ଗଣମାଧ୍ୟମକୁ ଦେଇଥିବା ବାଇଟରେ ସେ କହିଛନ୍ତି ଯେ କିଶୋର ଭାଇନାଙ୍କ ହୋଟେଲକୁ ନେଇ ଲୋକେ ଅଭିଯୋଗ କରି ଆସୁଥିଲେ। ଏହା ବ୍ୟତୀତ ହୋଟେଲକୁ ସିଲ୍ କରାଯାଇ ଦୋକାନ ନ ଖୋଲିବାକୁ ତାଗିଦ କରାଯାଇଥିଲେ ହେଁ ସେ ପୁଣିଥରେ ବେପାର ଆରମ୍ଭ କରିଥିବାରୁ ବିଏମସି ଏଭଳି ପଦକ୍ଷେପ ନେଲା ବୋଲି କୁହାଯାଉଛି। <a href=https://youtube.com/embed/igFESMwm2N4?autoplay=1><img src=https://img.youtube.com/vi/igFESMwm2N4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଏହା ବ୍ୟତୀତ ଶ୍ରୀ କୁଲାଙ୍ଗେଙ୍କ କହିବା ଅନୁଯାଇ କିଶୋର ଭାଇନାଙ୍କ ହୋଟେଲ ପାଇଁ ଉକ୍ତ ଅଞ୍ଚଳରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଉପୁଜୁଥିଲା। ଏଥିପାଇଁ ଅନେକ ଅଭିଯୋଗ ହୋଇ ଆସୁଥିଲା। କେବଳ ତାଙ୍କ ଦୋକାନ ନୁହେଁ ବରଂ ଅନ୍ୟ କୌଣସି ହୋଟେଲରେ ଏଭଳି ଅପମିଶ୍ରିତ ଖାଦ୍ୟର ସନ୍ଧାନ ମିଳିଲେ ଏହାର ମଧ୍ୟ ସମାନ ଅବସ୍ଥା ହେବ ବୋଲି ବିଏମସି କମିଶନର କହିଛନ୍ତି। ଠିକ ଢଙ୍ଗରେ ଦୋକାନ ଖୋଲିବା ପାଇଁ ସେ ହୋଟେଲ ମାଲିକମାନଙ୍କୁ ତାଗିଦ୍ କରିଛନ୍ତି।