ଦେଖନ୍ତୁ ଭିଡ଼ିଓ: ସ୍ମାର୍ଟ କ୍ଲାସ୍ ଭିତରେ ଚାଲିଥିଲା "ଶ୍ରୀଭଲ୍ଲୀ" ଗୀତରେ ନାଚ! ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନିଲମ୍ବିତ

 

ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକରେ ସ୍ମାର୍ଟ କ୍ଲାସ୍ ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। କିନ୍ତୁ, ପାଠ ପଢିବେ କଣ ସୁପରହିଟ୍ ଚଳଚିତ୍ର ପୁଷ୍ପାର "ଶ୍ରୀଭଲ୍ଲୀ" ଏବଂ ଓଡ଼ିଆ ଅଲବମ୍ ଗୁଆ ଘିଅ ତାଳେ ତାଳେ ନାଚିବାରେ ବ୍ୟସ୍ତ ଥିଲେ ଛାତ୍ରଛାତ୍ରୀ। ଗତ ୨ ତାରିଖରେ ଏହିଭଳି ଏକ ଭିଡ଼ିଓ ଭାଇରାଲ ହୋଇଥିଲା।

ସରକାରଙ୍କର ପଦକ୍ଷେପ ଅନୁଯାଇ ରାଜ୍ୟରେ ପ୍ରଥମେ ଶେରଗଡ଼ ଏବଂ ହିଞ୍ଜିଳି ବ୍ଲକର ସମସ୍ତ ହାଇସ୍କୁଲକୁ ସ୍ମାର୍ଟକ୍ଲାସରେ ରୂପାନ୍ତରିତ କରାଯାଇଥିଲା। ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରୁ ପ୍ରଶଂସା ମଧ୍ୟ କରାଯାଇଥିଲା। ଶେରଗଡ଼ ବରମୁଣ୍ଡୁଳି ଅପ୍ ଗ୍ରେଡ୍ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟକ୍ଲାସରେ ପିଲାମାନେ ଆଲବମ୍ ଗୀତରେ ନାଚିବା ଭିଡ଼ିଓ ଭାଇରାଲ ହେବାପରେ ତତ୍ପର ହୋଇପଡିଛି ଜିଲ୍ଲା ପ୍ରଶାସନ। <a href=https://youtube.com/embed/7wVZi8EQnpY?autoplay=1><img src=https://img.youtube.com/vi/7wVZi8EQnpY/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିନା ଛାତ୍ରଛାତ୍ରୀ ମାନେ ସ୍ମାର୍ଟକ୍ଲାସ୍ ଭିତରକୁ କିପରି ପଶିଲେ ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା। ଯଦିଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ସେମାନଙ୍କ ଉପସ୍ଥିତିରେ ପିଲାମାନେ ଏଭଳି କାମ କେମିତି କରିଲେ ତାହା ମଧ୍ୟ ଏକ ବଡ଼ ପ୍ରଶ୍ନ ଅଟେ। ଭିଡ଼ିଓଟି ଭାଇରାଲ ହେବାପରେ ଶିକ୍ଷାବ୍ୟବସ୍ଥାର ସଂସ୍କାରକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ, ଏହି ଘଟଣାର ତଦନ୍ତ ପରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷୟତ୍ରୀ ସୁଜାତା ପାଢୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।