ଏନସିଆରବି ରିପୋର୍ଟରେ ବଡ଼ ଖୁଲାସା! ଚୋରି ହେବାରେ ଓଡ଼ିଶା ୧ ନମ୍ବର, ଜାଣନ୍ତୁ ପୂରା ଖବର

 

ଦିନକୁ ଦିନ ଅପରାଧ ପ୍ରବଣ ହେବାରେ ଲାଗିଛି ଆମ ରାଜ୍ୟ ଓଡ଼ିଶା। ଖାସ୍ କରି ଓଡ଼ିଶାରେ ଲୁଟ ଏବଂ ଚୋରି ହେବାର ମାମଲା ଅତ୍ୟଧିକ ବଢ଼ିବାରେ ଲାଗିଛି। ରାଜ୍ୟରେ ଚୋରଙ୍କ ପାଦୁର୍ଭାବ ବଢୁଥିବା ନେଇ ୨୦୨୧ ଜାତୀୟ ଅପରାଧ ରେକର୍ଡସ ବ୍ୟୁରୋ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଏପରିକି ବର୍ତ୍ତମାନ ସମୟରେ ସାରା ଭାରତରେ ସବୁଠୁ ଅଧିକ ଚୋରି ଓଡ଼ିଶାରେ ହେଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।

ଏନସିଆରବି ଦେଇଥିବା ରିପୋର୍ଟ ଅନୁଯାଇ କେବଳ ୨୦୨୧ ମସିହାରେ ଓଡିଶାରୁ ୨୧୫ କୋଟିରୁ ଅଧିକ ଟଙ୍କାର ସମ୍ପତି ଚୋରି ହୋଇଛି। ସେହିପରି ୨୦୧୬ ରୁ ୨୦୨୧ ମଧ୍ୟରେ ଓଡ଼ିଶାରୁ ୮୪୭.୫ କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଛି। ସେଥିମଧ୍ୟରୁ ଓଡିଶା ପୋଲିସ ମାତ୍ର ଚୋରିର ୫% ଅର୍ଥାତ ୪୩.୧ ଟଙ୍କାର ସମ୍ପତ୍ତି ଉଦ୍ଧାର କରିଥିବା ଜଣାଯାଇଛି।

କେବଳ ଚୋରି ନୁହେଁ ବରଂ ମାନବ ଚାଲାଣ ଅପରାଧରେ ମଧ୍ୟ ସବୁଠାରୁ ଆଗରେ ରହିଛି ଓଡ଼ିଶା। ୨୦୨୧ ମସିହାରେ ଭାରତରେ ହୋଇଥିବା ମାନବ ଚାଲାଣ ରାକେଟରୁ ୬ହଜାର ୨୧୩ ଉଦ୍ଧାର ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡିଶାର ୧ ହଜାର ୨୯୦ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏମାନଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କୁ ଦାଦନ ଖଟାଇବା ପାଇଁ ନିଆ ଯାଇଥିବା ଜଣାଯାଇଛି।