ନିର୍ଯ୍ୟାତନାର ଶିକାର ହୋଇ ଧାରଣାରେ ବସିଛି ବୋହୂ! ୫ ଲକ୍ଷ ଯୌତୁକ ମାଗିଲେ ଶାଶୂଘର ଲୋକେ, ଦେଖନ୍ତୁ ପୂରା ଘଟଣା

 

ନିର୍ଯ୍ୟାତନାର ଶିକାର ହୋଇ ଶାଶୂଘର ଆଗରେ ଧାରଣାରେ ବସିଛନ୍ତି ଆଉ ଜଣେ ବୋହୂ। ଶାଶୂଘର ଲୋକେ ତାଙ୍କୁ ପାଗଳି ବୋଲି କହୁଥିବା ବେଳେ ଘରେ ପଶିବାକୁ ୫ ଲକ୍ଷ ଟଙ୍କା ଯୌତୁକ ଦାବି କରୁଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ କୁଜଙ୍ଗ ପଞ୍ଚାୟତ ମହେଶ୍ୱର ଗ୍ରାମରେ ଏଭଳି ଏକ ଘଟଣା ଘଟିଯାଇଛି। 

ଖବର ମୁତାବକ ଡେରାବିଶ ବ୍ଲକ ଅଧିନ ଗୋଲରା ହାଟ ପଞ୍ଚାୟତ ଦୂମୁକା ହାଟ ଗ୍ରାମର ଝିଅ ସୋନାଲି ବିନ୍ଦୁ ନାୟକଙ୍କୁ ମହେଶ୍ବର ଗ୍ରାମର ସୁବାସ ଚନ୍ଦ୍ର ସାମଲ ବିବାହ କରିଥିଲେ। କିନ୍ତୁ, ବିବାହର କିଛି ଦିନ ପରେ ହିଁ ଶାଶୂଘର ଲୋକ ସୋନାଲିଙ୍କ ସହିତ ଝଗଡ଼ା ଆରମ୍ଭ କରିବା ସହିତ ତାଙ୍କୁ ପାଗଳି ବୋଲି କହିଥିଲେ। ଏମିତିକି ନବବିବାହିତା ବୋହୂକୁ ବାପ ଘରକୁ ମଧ୍ୟ ପଠାଇ ଦେଇଥିଲେ।

<a href=https://youtube.com/embed/exLe1FtIS6w?autoplay=1&mute=1><img src=https://img.youtube.com/vi/exLe1FtIS6w/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750">

ଅପରପକ୍ଷରେ ସେ ପାଗଳି ନୁହଁନ୍ତି ବରଂ ଶାଶୂଘର ଲୋକେ ତାଙ୍କ ମୁଣ୍ଡ ଖରାପ ଥିବା ପ୍ରମାଣିତ କରିବାକୁ ଚାହୁଁଥିବା ସୋନାଲି ଅଭିଯୋଗ କରିଛନ୍ତି। ଏଥିନେଇ ଗାଁ ପଞ୍ଚାୟତ ସାମ୍ନାରେ ବୁଝାମଣା ହୋଇଥିବା ବେଳେ ସୁବାସ ଦୁଇ ମାସ ମଧ୍ୟରେ ତାଙ୍କ ସ୍ତ୍ରୀଙ୍କୁ ସସମ୍ମାନେ ନିଜ ଘରକୁ ନେଇଯିବେ ବୋଲି କଥା ହୋଇଥିଲା। କିନ୍ତୁ, ଏବେ ଦୁଇ ମାସ ପୁରି ୩ ମାସ ହୋଇଯାଇଥିଲେ ହେଁ ସୋନାଲିଙ୍କୁ ନେବା ପାଇଁ କେହି ଆସିନାହାଁନ୍ତି। ତେଣୁ, ସୋନାଲି ବାଧ୍ୟ ହୋଇ ଶାଶୂଘର ଆଗରେ ଧାରଣାରେ ବସିଥିବା ଜଣାପଡ଼ିଛି।