ଅପରାଜିତାଙ୍କୁ ମନ୍ମଥଙ୍କ ପାଲଟା ପ୍ରଶ୍ନ, ଏକା କାହିଁକି ଗଲେ, ପୁଅକୁ କାହିଁକି ନେଇ ଗଲେନି? ତମ ପୁଅ ମୋ ଝିଅକୁ...

 

ଓଡ଼ିଆ ସିନେଷ୍ଟାର ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିଚ୍ ରାସ୍ତାରେ ହୋଇଥିବା ଝଗଡ଼ା ବର୍ତ୍ତମାନ ଗଣମାଧ୍ୟମର ଶିରୋନାମା ପାଲଟିଛି। ଏହି ମାମଲାରେ ବୋହୂ ତୃପ୍ତି ସହିତ ଅପରାଜିତା ଥାନାକୁ ଏତଲା ଦେବାପାଇଁ ଯିବାପରେ ଏହାକୁ ନେଇ ମତ ରଖିଛନ୍ତି ମନ୍ମଥ ମିଶ୍ର।

ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ,"ଟିକି ଅପା(ଅପରାଜିତା ମହାନ୍ତି) ଥାନାକୁ ଏକା କାହିଁକି ଗଲେ? ତାଙ୍କ ପୁଅକୁ କାହିଁକି ନେଲେ ନାହିଁ"? ଏହା ବ୍ୟତୀତ ଅପରାଜିତା ପ୍ରକୃତି ଏବଂ ବାବୁସାନଙ୍କ ସମ୍ପର୍କ ବିଷୟରେ ଆଲୋଚନା କରିବା ପାଇଁ ତାଙ୍କ ଘରକୁ ଆସିଥିବା ମନ୍ମଥ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ ଏ ସବୁ କଥା ସେ ଅପରାଜିତାଙ୍କ ଠାରୁ ହିଁ ଶୁଣିବାକୁ ପାଇଥିଲେ ଯାହା ପରେ ସେ ପ୍ରକୃତି ଏବଂ ବାବୁସାନଙ୍କୁ ମଧ୍ୟ ପଚାରିଥିଲେ।

କିନ୍ତୁ, ସେମାନଙ୍କ ମଧ୍ୟରେ କେବଳ ବନ୍ଧୁତାର ସମ୍ପର୍କ ରହିଥିବା ଉଭୟେ କହିଥିଲେ ଯାହାକୁ ସେ ବିଶ୍ୱାସ କରନ୍ତି ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ମନ୍ମଥ। ଏହା ବ୍ୟତୀତ ସେ ତୃପ୍ତିଙ୍କ ଉପରେ ପାଲଟା ଅଭିଯୋଗ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କର କିଛି କହିବାର ଥିଲା ତ ସେ ଆଇନର ଆଶ୍ରୟ ନେଇ ପରିଥାନ୍ତେ। କିନ୍ତୁ, ସେ ଆଇନକୁ ନିଜ ହାତକୁ ନେଇ ବଡ଼ ଭୁଲ କରିଛନ୍ତି।