ଦେଖନ୍ତୁ ଭିଡ଼ିଓ: ଛୁଆଁ ଅଛୁଆଁ ଭିତରେ ବଳି ପଡିଗଲା ମାନବିକତା! ବୃଦ୍ଧାଙ୍କ ମୃତ୍ୟୁ ପରେ କାନ୍ଧ ଦେଲେନି ଗାଁ ଲୋକେ….

 

ଜାତି ଅଜାତି ଏବଂ ଛୁଆଁ ଅଛୁଆଁ ଧାରଣା ଆଗରେ ବଳିପଡିଗଲା ମାନବିକତା। ପୁଅ ଅନ୍ୟ ଜାତିର ଲୋକଙ୍କ ଘରେ ଖାଦ୍ୟ ଖାଇଥିବାରୁ ଏହାର ପରିଣାମ ଭୋଗିଛି ବୃଦ୍ଧା ମାଆ। ବୃଦ୍ଧା ଜଣଙ୍କର ମୃତ୍ୟୁ ହୋଇଯିବା ପରେ ତାଙ୍କ କୋକେଇକୁ ଚାରି କାନ୍ଧ ଦେବାକୁ କେହିନଥିଲେ। ଶେଷରେ ପୁଅ ଏକୁଟିଆ ମାଆର ଶବକୁ ମଶାଣି ନେଇ ଯିବାକୁ ପ୍ରୟାସ କରିଥିଲା।

<a href=https://youtube.com/embed/9Ex1eGNxpFI?autoplay=1><img src=https://img.youtube.com/vi/9Ex1eGNxpFI/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଅନ୍ତର୍ଗତ ବୈରାଗୀମଠ ଗ୍ରାମରେ ଘଟିଥିବା ବେଳେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜିର ସମୟରେ ଜାତି ନାଁରେ ଏଭଳି ଭେଦଭାବ ମଣିଷର ହୀନ ମାନସିକତାକୁ ଦର୍ଶାଇଛି।

ବୃଦ୍ଧା ମାଆ ମୁକ୍ତା ପରଜାଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଏବଂ ବୋହୂ ଶବକୁ ମଶାଣୀକୁ ନେଇଯିବା ପାଇଁ ପ୍ରୟାସ କରିଥିଲେ। ତଥାପି ଅଧା ବାଟରେ ମାଆର ଶବଟି କୋକେଇରୁ ଖସି ପଡ଼ିଥିଲା। ଏହି ଦୃଶ୍ୟର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।