କାହିଁକି ଆତ୍ମହତ୍ୟା କଲେ ଖେଳ ଶିକ୍ଷୟିତ୍ରୀ ତନୁଜା ବିଶ୍ୱାସ? ଶେଷ ଚିଠିରେ ଲେଖିଲେ ଏମିତି କଥା, ଦେଖନ୍ତୁ

 

ସବୁଦିନ ପରି ସ୍ୱାଭାବିକ ଥିଲେ। ସକାଳୁ ସକାଳୁ ବାପା ଝିଅ ସହିତ କଥା ମଧ୍ୟ ହୋଇଥିଲେ କିନ୍ତୁ କିଛି ସମୟ ପରେ ହିଁ ଟିଫିନ ଦେବାକୁ ଯିବା ବେଳକୁ ରୁମରୁ ମିଳିଥିଲା ଝିଅର ଝୁଲନ୍ତା ମୃତଦେହ। ନବରଙ୍ଗପୁର ଉମରକୋଟରେ ପିଇଟି ଶିକ୍ଷୟିତ୍ରୀ ଥିବା ତନୁଜା ବିଶ୍ୱାସଙ୍କ ଏଭଳି ଅଚାନକ ମୃତ୍ୟୁ ପରିବାର ସମେତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସ୍ତବ୍ଧ କରି ଦେଇଛି। ତନୁଜା ଜଣେ ଖୁସ୍ ମିଜାଜ୍ ଝିଅ ଥିବା ବେଳେ ସେ କାହିଁକି ଏପରି ଚରମ ନିଷ୍ପତ୍ତି ନେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ତେବେ, ତନୁଜାଙ୍କ ମୃତଦେହ ସହିତ ତାଙ୍କ ରୁମ୍ ରୁ ପୋଲିସ ମୋବାଇଲ ଫୋନ ସହିତ ଏକ ହାତଲେଖା ସୁଇସାଇଡ଼ ନୋଟ ମଧ୍ୟ ଜବତ କରିଛି। ଯେଉଁଥିରେ ତନୁଜା ଲେଖିଛନ୍ତି ଯେ,"ମୁଁ ଆଜି ମରିବା ପାଇଁ ଯାଉଛି। ହୁଏତ ମୁଁ ଏପର୍ଯ୍ୟନ୍ତ ମରି ହିଁ ଯାଇଛି। ମୁଁ ସମସ୍ତଙ୍କୁ କଷ୍ଟ ଦେଇଛି। ମୋତେ କ୍ଷମା କରିଦେବ, ମୋ ମରିବା ପଛରେ କାହାରି ହାତ ନାହିଁ। ମୋର ବଞ୍ଚିବା ପାଇଁ ଇଚ୍ଛା ନାହିଁ ତେଣୁ ମୁଁ କେବଳ ଏହି ଦୁନିଆ ଛାଡ଼ି ଚାଲିଯିବା ପାଇଁ ଚାହେଁ। ଦୟାକରି କିଛି ଖୋଳତାଡ଼ କରନାହିଁ।’

<a href=https://youtube.com/embed/MvQRfQitjC4?autoplay=1><img src=https://img.youtube.com/vi/MvQRfQitjC4/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୬ ବର୍ଷୀୟା ତନୁଜା ଜାମରୁଣ୍ଡା ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟରେ ଗତ ୩ ବର୍ଷ ହେବ କ୍ରୀଡ଼ା ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ରିଲ୍ସ ଏବଂ ସର୍ଟ ଭିଡ଼ିଓ ମଧ୍ୟ ଅପଲୋଡ଼ କରୁଥିଲେ ଯାହାକି ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଖୁବ ଲୋକପ୍ରିୟ କରାଇ ପାରିଥିଲେ। ଖୁସ ମିଜାଜ୍ ଏବଂ ପରଉପକାରୀ ମଣିଷଟିଏ କିପରି ଏପରି କଠୋର ନିଷ୍ପତ୍ତି ନେଲା ସେଥିନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।