କ'ଣ ସତରେ ସିଲ୍ ହୋଇଛି କିଶୋର ଭାଇନା ମଟନ ହୋଟେଲ? ଦେଖନ୍ତୁ କଣ କହୁଛନ୍ତି ଖୋଦ୍ କିଶୋର ଭାଇନା….

 

ରାଜଧାନୀ ଭୁବନେଶ୍ୱରର ଲୋକପ୍ରିୟ କିଶୋର ଭାଇନା ହୋଟେଲ। ଲୋକେ ଏଠାରେ ମିଳୁଥିବା ମଟନ ତରକାରୀ ଖାଇବାକୁ ଖୁବ ପସନ୍ଦ କରନ୍ତି। କିନ୍ତୁ, ଏହି ଗତକାଲି ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ଏହି ଦୋକାନ ଉପରେ ଚଢ଼ାଉ କରାଯାଇଛି। ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ କରାଯାଉଥିବା ଏବଂ ଖାଦ୍ୟରେ ଅପମିଶ୍ରଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି।

ଏପରିକି ତିଆରି ହେଉଥିବା ଖାଦ୍ୟରେ ନିମ୍ନମାନର ସସ୍ ବ୍ୟବହାର କରାଯାଉଥିବା ଏବଂ ଅତି କ୍ଷତିକାରକ ନାଲି ରଙ୍ଗ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଖାଦ୍ୟ ସୁରକ୍ଷା ବିଭାଗ ତରଫରୁ ହୋଟେଲକୁ ସିଲ୍ କରାଯାଇଥିବା ଶୁଣିବାକୁ ମିଳିଛି। କିଶୋର ଭାଇନା ହୋଟେଲରେ ବାସି କଙ୍କଡା ଏବଂ ବାସି ଖାଦ୍ୟ ଜବତ କରାଯାଇଛି।

<a href=https://youtube.com/embed/gvieNFj3VD8?autoplay=1><img src=https://img.youtube.com/vi/gvieNFj3VD8/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="640">

କିନ୍ତୁ, ଆଜି ସକାଳୁ ପୁଣିଥରେ କିଶୋର ଭାଇନାଙ୍କ ଦୋକାନ ଖୋଲିଥିଲା। ସିଲ୍ ହୋଇଥିବା ଦୋକାନ କିପରି ଖୋଲିଲା ସେଥିନେଇ କିଶୋର ଭାଇନାଙ୍କୁ ପଚରା ଯାଇଥିବା ବେଳେ ତାଙ୍କ ଦୋକାନ ସିଲ୍ ହୋଇନଥିବା ସେ କହିଛନ୍ତି। କେବଳ ହୋଟେଲ ଭିତରେ ଏବଂ ଚାରିପାଖରେ ସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ପାଇଁ ଖାଦ୍ୟ ସୁରକ୍ଷା ବିଭାଗ ତାଗିଦ କରିଥିବା ସେ କହିଛନ୍ତି। ଏପରିକି ତାଙ୍କ ଦୋକାନରେ ଆଦୌ ସସ୍ ବ୍ୟବହାର କରାଯାଏ ନାହିଁ ତେଣୁ ଏହା ଏକ ମିଥ୍ୟା ଅଭିଯୋଗ ବୋଲି ସେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗାମୀ ପାର୍ବଣ ସିଜନ୍ କୁ ଆଖି ଆଗରେ ରଖି ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ସୁରକ୍ଷା ବିଭାଗ ବିଭିନ୍ନ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢ଼ାଉ ଜାରି ରଖିଛି।