ଦେଖନ୍ତୁ ଭିଡ଼ିଓ: ବାହୁଡା ଯାତ୍ରାରେ ମହିଳାଙ୍କୁ ଯବାନଙ୍କ ଅସଦାଚରଣ, ଜାଣିଶୁଣି ଛୁଇଁଲେ ପ୍ରାଇଭେଟ୍ ପାର୍ଟକୁ, ଭାଇରାଲ ହେଉଛି ଭିଡ଼ିଓ

 

ମହାପ୍ରଭୁଙ୍କ ବାହୁଡା ଯାତ୍ରା ସମୟରେ ଅସଦାଚରଣର ଶିକାର ହୋଇଛନ୍ତି ଜଣେ ମହିଳା। ପବିତ୍ର ବଡ଼ଦାଣ୍ଡରେ ଏଭଳି କୁକର୍ମ କରିଥିବା ବ୍ୟକ୍ତି ଜଣକ ଅନ୍ୟ କେହି ନୁହେଁ ବରଂ ଜଣେ ସୁରକ୍ଷାକର୍ମୀ ବୋଲି ଜଣାପଡିଛି। ଏହି ଘଟଣାର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଅବଶ୍ୟ ଏପର୍ଯ୍ୟନ୍ତ ସୁଦ୍ଧା ଯବାନ ଜଣଙ୍କର ସଠିକ ପରିଚୟ ମିଳିପାରିନାହିଁ।

ଭାଇରାଲ ହେଉଥିବା ଭିଡ଼ିଓଟିରେ ସବୁଜ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଜଣେ ମହିଳା ରଥ ଦଉଡି ଧରି ଟାଣୁଥିବା ଦେଖିବାକୁ ମିଳୁଛି। ହଠାତ ତାଙ୍କ ପଛରୁ ଜଣେ ରାପିଡ୍‌ ଆକ୍ସନ ଫୋର୍ସର ଜଣେ ଯବାନ ଆସୁଛନ୍ତି। ଏତେ ଭିଡ଼ର ଫାଇଦା ଉଠାଇ ଯବାନ ଜଣକ ମହିଳାଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳୁଛି। ତେବେ, ଏହାର କିଛି ସମୟ ପରେ ସାମ୍ନାରୁ ଆସୁଥିବା ଅନ୍ୟ ପୋଲିସ କର୍ମଚାରୀଙ୍କୁ ଦେଖି ଅଭିଯୁକ୍ତ ପଳାୟନ କରୁଛି। ଦେଖନ୍ତୁ ଭିଡ଼ିଓ:-

<a href=https://youtube.com/embed/CiPYDZ4pwQ0?autoplay=1><img src=https://img.youtube.com/vi/CiPYDZ4pwQ0/hqdefault.jpg alt=""><span><div class="youtube_play"></div></span></a>" style="border: 0px; overflow: hidden"" style="border: 0px; overflow: hidden;" width="750"> ବାହୁଡା ସମୟରେ ଅତ୍ୟଧିକ ଭିଡର ଫାଇଦା ଉଠାଇ ଯବାନ ଜଣକ ଏପରି କରିବାକୁ ଚେଷ୍ଟା କରିଥିଲେ। ଏତେ ଭିଡ଼ରେ କେହି ଜାଣିପାରିବେ ନାହିଁ ବୋଲି ସେ ଭାବିଥିଲେ ହେଁ ଦାୟିତ୍ୱରେ ଥିବା ଜଣେ କ୍ୟାମେରାମ୍ୟାନ ଏହାର ଭିଡ଼ିଓ ଉତ୍ତୋଳନ କରିଥିଲେ। ତେବେ, ଏଥିନେଇ ଏପର୍ଯ୍ୟନ୍ତ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇନଥିବା ଜଣାଯାଇଛି। ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।